ସୋସିଆଲ ଇଂଜିନିୟରିଂ ସାଇବର ଆକ୍ରମଣ ନେଇ ସତର୍କ ଜାରୀ କଲା ଗୃହ ବିଭାଗ

ନୂଆଦିଲ୍ଲୀ ,(ଯୁଗାବ୍ଦ ନ୍ୟୁଜ୍) : ସୋମବାର ସରକାରୀ ସୋସିଆଲ ଇଂଜିନିୟରିଂ ସାଇବର ଆକ୍ରମଣକୁ ନେଇ ସତର୍କ ଜାରୀ କରିଛି ଗୃହ ବିଭାଗ । ସରକାରୀ ଅଧିକାରୀ ମାନେ କଣ କରିବେ କଣ ନକରିବେ ତାହା ଉପରେ ଗୃହ ବିଭାଗ ସୂଚନା ଦେଇଛି । ସରକାରଙ୍କୁୂ ଏହା ଖୁବ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି । ଟାଇମସ୍ ଅଫ ଇଣ୍ଡିଆରେ ବିସୃତ ଖବର ପ୍ରକାଶ ପାଇଛି । ଯେ କୈାଣସି ଅଜଣା କଲ ଓ ମେସେଜ ଠାରୁ ଦୁରେଇ ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଯାଞ୍ଚ ନକରି କୈାଣସି ତଥ୍ୟ ଉପରେ କ୍ଲିକ୍ କରନ୍ତୁ ନାହିଁ ବୋଲି କୁହାଯାଇଛି ।ହ୍ୟାକର ମାନେ ଇମେଲ ଓ ଟେଷ୍ଟ ମେସେଜ ମାଧ୍ୟମରେ ସରକାରୀ ଗୁପ୍ତ ତଥ୍ୟ ଚୋରାଇ ନେଇପାରିବେ ବୋଲି କୁହାଯାଇଛି । ଏହା ସହ ହ୍ୟାକର ମାନେ କୈାଣସି ପରିଚିତ ଲୋକମାନଙ୍କ ନାମରେ ଲିଙ୍କ୍ ପଠାଇ ତଥ୍ୟ ଡାଟା ଚୋରୀ କରିପାରନ୍ତି ବୋଲି ହ୍ୟାକର ମାନେ ତେଣୁ ସତର୍କ ରହିବାକୁ ଗୃହ ବିଭାଗ ନିର୍ଦେଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ