ଫାଶୀଦଣ୍ଡ ଶୁଣାଇବା ପରେ ବିଚାରପତି କଲମ ମୁନ ଭାଙ୍ଗିଦେବାର କାରଣ

ଅନେକ ବାର ସିନେମାରେ ଆପଣ ଦେଖିଥିବେ ଯେଉଁ କଲମରେ ବିଚାରକ ଫାଶୀ ଦଣ୍ଡାଦେଶ ଦିଅନ୍ତି, ସେହି କଲମ ମୁନକୁ ସେହିଠାରେ ଭାଙ୍ଗିଦିଅନ୍ତି। ତେବେ ଏପରି କାହିଁକି କରାଯାଏ, ଆସନ୍ତୁ ଜାଣିବା।
ଏମିତି ନିୟମ କେବଳ ଭାରତରେ ପ୍ରଚଳିତ ଅଛି। କୌଣସି ଅପରାଧୀକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ ସେହି କଲମକୁ ଭାଙ୍ଗି ଦେବାର ପରମ୍ପରାର ପରମ୍ପରା ରହିଛି। ଭାରତୀୟ ଆଇନ ବ୍ୟବସ୍ଥାରେ ଫାଶୀ ସବୁଠାରୁ ବଡ଼ ଦଣ୍ଡ ହୋଇଥାଏ। ଜଘନ୍ୟତମ ଅପରାଧ ମାମଲାରେ ହିଁ ଦୋଷୀକୁ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ପୁନର୍ବାର ଏଭଳି ଅପରାଧ ନ ଘଟୁ, ଏହି ଆଶାରେ ଏଭଳି ମାମଲାରେ ଫାଶୀ ଦଣ୍ଡର ରାୟ ଲେଖିବା ପରେ ବିଚାରପତି ସେହି କଲମର ମୁନ ଭାଙ୍ଗିଦିଅନ୍ତି। ଏହାର ଆଉ ଏକ କାରଣ ମଧ୍ୟ କୁହାଯାଏ ଯେ, ଏହି ଦଣ୍ଡାଦେଶ ପରେ ଏକ ବ୍ୟକ୍ତିର ଜୀବନ ଶେଷ ହୋଇଯାଏ, ତେଣୁ ଏହି ଦଣ୍ଡ ଶୁଣାଇବା ପରେ କଲମ ମୁନ ଭାଙ୍ଗି ଦିଆଯାଏ। ଫଳରେ ସେହି କଲମର ଜୀବନ ମଧ୍ୟ ଶେଷ ହୋଇଯାଉ ଓ ପୁନର୍ବାର ସେହି କଲମରେ ଆଉ କିଛି ଲେଖା ନ ଯାଉ। ଏହା ମଧ୍ୟ କୁହାଯାଏ ଯେ, ଯଦି ଫାଶୀ ଦଣ୍ଡାଦେଶ ପରେ କଲମର ମୁନ ଭଙ୍ଗା ସରିଛି, ତେବେ ଏହା ପରେ ନିଜେ ସେହି ବିଚାରପତିଙ୍କର ମଧ୍ୟ ଅଧିକାର ନାହିଁ ଦ୍ୱିତୀୟ ଥର ପାଇଁ ସେହି ନିଷ୍ପତ୍ତିକୁ ବଦଳାଇବା କିମ୍ବା ଏଥିପାଇଁ ଭାବିବା। କଲମ ମୁନ ଭଙ୍ଗା ସରିବା ପରେ ସେହି ନିଷ୍ପତ୍ତି ଉପରେ ପୁନଃ ବିଚାର କରାଯାଇ ପାରିବନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ