କିଆରାଙ୍କ ସହ ରୋମାନ୍ସ କରିବେ ଅକ୍ଷୟ
ମୁମ୍ବାଇ : ଅକ୍ଷୟଙ୍କ ଅପକମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଏହି ଫିଲ୍ମରେ ଅକ୍ଷୟ କୁମାର ନିଜଠାରୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ଚଳିତ ବର୍ଷ ଇଦରେ ଏହି ଫିଲ୍ମ ପରଦାକୁ ଆସିବ। ଫିଲ୍ମ ‘ଲକ୍ଷ୍ମୀ ବମ୍’ରେ ଅଭିନେତ୍ରୀ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ କିଆରା ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରିବେ। ନିକଟରେ ଉଭୟଙ୍କର ଫିଲ୍ମ ସେଟରେ କିଛି ଫଟୋ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋଗୁଡିକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। ଏଥିରେ ଅକ୍ଷୟ ଓ କିଆରା ରୋମାଣ୍ଟିକ ପୋଜ୍ ଦେଇଛନ୍ତି।


