ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ନାହିଁ ମୋବାଇଲ ଟାୱାର I ଯାହା ପାଇଁ ଅନଲାଇନ ପାଠ ପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ I କେବଳ ଏତିକିରେ ସୀମିତ ରହିନି ସମସ୍ୟା I ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବା ସକାଶେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ହେଲେ ଗଚ୍ଛ କିମ୍ବା ପାହାଡ଼ ଶିଖରକୁ ଚଢ଼ିବାକୁ ପଡୁଛି ବୋଲି ଗାର୍ଡଇଙ୍ଗିଆ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ବଲବନ୍ତ ପ୍ରଧାନ ପ୍ରକାଶ କରିଛନ୍ତି Iକନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ଗାରଡିଙ୍ଗିଆ ଗ୍ରାମପଞ୍ଚାୟତ I ଏହି ଗ୍ରାମ ପଞ୍ଚାୟତ ୧୫ଟି ୱାର୍ଡର ୫୦୦୦ ଜନସାଧରଣଙ୍କୁ ନେଇ ଗଠିତ I ହେଲେ ଏହି ଡିଜିଟାଲ ଯୁଗରେ ଗ୍ରାମ ପଞ୍ଚାୟତବାସୀଙ୍କୁ ସ୍ୱାସ୍ଥ୍ୟ ସେବା କିମ୍ବା ଅନଲାଇନ ପାଠ ଭଳି ଜରୁରୀ ସେବା ପାଇବା ସକାଶେ ଗଛ, ପାହାଡ଼ ଚଢ଼ିବା ପାଇଁ ପଡ଼ୁ ଥିବା ଗ୍ରାମ ବାସୀ କହିଛନ୍ତି I ଅଞ୍ଚଳରେ ମୋବାଇଲ ଟାୱାର ନଥିବା ଯୋଗୁଁ ଅନେକ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବାରେ ସମସ୍ୟା, ରୋଗୀଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବାରେ ସମସ୍ୟା ହେଉଛି I ଜରୁରୀ ସେବା ପାଇବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ହେଉନାହିଁ I ଯାହା ପାଇଁ ସ୍ଵାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଇବାରୁ ପଞ୍ଚାୟତବାସୀ ବଞ୍ଚିତ ହେଉଥିବା ମହିଳା ନେତ୍ରୀ ଝୁଲି ଦିଗାଳ କହିଛନ୍ତି I ଗାରଡିଡିଙ୍ଗିଆ ଗ୍ରାମ ପଞ୍ଚାୟତ ରାଞ୍ଜIବ୍ରୋଡି, ମଣ୍ଡାଗୁଡା, ସଲାଙ୍ଗିଆ, ଗଣ୍ଡାନାଜୁ, ବିଦୁଲିପଡା, ବାଲିଗାଡ଼ା, କୁଟିନାଜୁ, ଗାରଡ଼ିଙ୍ଗିଆ ୧ ଏବଂ ୨, ପାଙ୍ଗାନାଜୁ, ଲୁବ୍ରୁମାହା, ଗିରୁଟି, କଟଡ଼ି, ସାରଡ଼ାମାହା, ତିଲାବାଡ଼ି, ଗସାବାଜୁ, ନେଡିଗୁଡ଼ା, ତଗାନାଜୁ, ଦଦମୁଣ୍ଡା, ନୁଆଁସାହି ଇତ୍ୟାଦି ଗ୍ରାମକୁ ନେଇ ଗଠିତ I ବର୍ତ୍ତମାନ ଗ୍ରାମପଞ୍ଚାୟତରୁ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି I ସେଥି ମଧ୍ୟରୁ ବହୁ ଛାତ୍ର ଛାତ୍ରୀ ଭଲ ପାଠ ପଢୁଛନ୍ତି I କରୋନା  ମହାମାରୀ ସମୟରେ ବିଦ୍ୟାଳୟ ଏବଂ କଲେଜ ବନ୍ଦ I ସରକାର ମହାମାରୀ ସମୟରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ଯୋଜନା କରିଛନ୍ତି I ହେଲେ ଆମ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ନଥିବାରୁ ୨୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ୧୦ କିମି ପାହାଡ଼ ଶିଖରକୁ ଯାଉଛନ୍ତି କିମ୍ବା ଟିକାବାଲିକୁ ପ୍ରାୟ ୨୦ କିମି ରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଅନଲାଇନ ପାଠ ପଢ଼ା ପାଇଁ ଯାଉଛନ୍ତି I ଯାହାକି ଅତ୍ୟନ୍ତ କଷ୍ଟ ଦାୟକ I ପ୍ରଶାସନର ଅଣଦେଖା ଯୋଗୁଁ ବର୍ତ୍ତମାନ ଗାରଡିଙ୍ଗିଆ ଗ୍ରାମପଞ୍ଚାୟତ ର ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧକାରମୟ ହେବାକୁ ବସିଛି ବୋଲି ବିଜେବି କଲେଜ +୨ ବିଜ୍ଞାନ ଛାତ୍ର ସଚ୍ଚିନ ଦିଗାଳ କହିବା ସହ ଯଥା ଶୀଘ୍ର ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବୀ କରିଛନ୍ତି Iଯଦି ସରକାର ଗ୍ରାମପଞ୍ଚାୟତ ବାସୀଙ୍କ ଦାବୀ ପ୍ରତି ଦୃଷ୍ଟିପାତ ନ କରନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପୂର୍ଣ୍ଣ ଚନ୍ଦ୍ର ଦିଗାଳ, ଗକୁଳ ପ୍ରଧାନ,  ଜିତେନ୍ଦ୍ର ମଲିକ, ବଲବନ୍ତ ପ୍ରଧାନ(ନାଏବ ସରପଞ୍ଚ), ସଞ୍ଜୟ ଦିଗାଳ(ସମାଜସେବୀ), ରାଜ କୁମାରି ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ମହନାବତୀ ମଲିକ, ନମିତା ନାୟକ, ଝୁଲି ଦିଗାଳଙ୍କ ସମେତ ଗ୍ରାମ ପଞ୍ଚାୟତ ବାସୀ ଚେତାବନୀ ଦେଇ ଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ