ଫୁଲବାଣୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ସମ୍ପାଦକ ହେଲେ ଅଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ବାର ପରିସରରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୮ଟା ରୁ ଆରମ୍ଭ ହୋଇ ୩ଟା ରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ। ସେଥି ମଧ୍ୟରୁ ସଭାପତି ପଦ ପାଇଁ ଦୁଇ ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସମ୍ପାଦକ ପାଇଁ ମଧ୍ୟ ଦୁଇଜଣ ପ୍ରତିଦ୍ବନ୍ଦିତା କରିଥିଲେ। ସଭାପତି ପଦ ପାଇଁ ଅଜୟ କୁମାର ସିଂ ଓ ସିଦ୍ଧେଶ୍ୱର ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ସେଥିମଧ୍ୟରୁ ସିଦ୍ଧେଶ୍ୱର ଦାଶ ୬୧ଟି ଭୋଟ ପାଇ ନିର୍ଵାଚିତ ହୋଇଛନ୍ତି । ଗୋଟିଏ ଭୋଟ ନାକଚ ହୋଇଥିଲା । ସେହିପରି ସମ୍ପାଦକ ପଦ ପାଇଁ ଅଜିତ ପଟ୍ଟନାୟକ ଓ ବିରୂପାକ୍ଷ ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅଜିତ କୁମାର ପଟ୍ଟନାୟକ ୬୭ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ୩ଟି ଭୋଟ ନାକଚ ହୋଇଥିଲା ।ବାକି ଅନ୍ୟ ପଦବୀ ଗୁଡିକ ଅପ୍ରତିଦ୍ବନ୍ଦୀ ଭାବେ ଆଗରୁ ନିର୍ଵାଚିତ ହୋଇଥିଲେ ।ସେମାନେ ହେଲେ ଉପସଭାପତି ପ୍ରତାପ ଚନ୍ଦ୍ର ବାଇ,ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ରଞ୍ଜନ ନାୟକ, କୋଷାଧ୍ୟକ୍ଷ ନନ୍ଦିତା କୁମାରୀ, ପାଠାଗାର ସମ୍ପାଦକ ନମିତା ସାହୁ ।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ବିରେନ୍ଦ୍ର ସୁବୁଦ୍ଧି,ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଦୁର୍ଗା ଶଙ୍କର ପଟ୍ଟନାୟକ, ଗୌରୀ ଶଙ୍କର ବେହେରା, ସମୀର ମହାପାତ୍ର,ପଙ୍କଜ ବେହେରା, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନ ପରିଚାଳନା ପ୍ରକ୍ରିୟା ଭି ଭି ରାମ ଦାଶ, ବିଶ୍ଵଜିତ ପଟ୍ଟନାୟକ ଓ ବିଜୟ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଶେଷ ହୋଇଥିଲା । ଚଳିତ ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ସହ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ନିର୍ବାଚନ ଶେଷ ହୋଇଥିବାର ନିର୍ବାଚନ ପରିଚାଳକ ଭି ଭି ରାମ ଦାଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ