ଫୁଲବାଣୀ ସହରରେ ଘନଘନ ଚୋରି : ତଦନ୍ତ ଦାବି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :ଆଜକୁ ୫ ରୁ ୬ଦିନ ହେଲା ଫୁଲବାଣୀ ସହରରେ ଚାଲିଛି ତାଲା ଭାଙ୍ଗି ସିରିଜ ଚୋରି l ହେଲେ ଟାଉନ ପୋଲିସ ନିଘୋଡ଼ ନିଦ୍ରାରେ ରାତିରେ ଶୋଇ ରହିଛି ।ଗଣ୍ଡା ଗଣ୍ଡା ଅଭିଯୋଗ ହେଲାଣି ହେଲେବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ । ସୋମବାର ସହରର ଭବାନି ମାର୍କେଟ ଅଂଚଳରୁ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୩ ଟି ଦୋକାନରୁ ଚୋର ମାନେତାଲା ଭାଙ୍ଗି ଟାଉନ ପୋଲିସକୁ ଚାଲେଞ୍ଜ ଦେଇ ଚୋରି କରିଛିନ୍ତି l କେଉଁଠି କେଉଁଠି ଚୋର ମାନେ ଚେଷ୍ଟା କରି ବିଫଳ ହୋଉଛନ୍ତି ତ ଆଉ କେତେକ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି l ତେବେ ଟାଉନ ପୋଲିସର ନିଷ୍କ୍ରିୟତାକୁ ସହର ବାସୀ ଦାୟୀ କରିଛନ୍ତି l ପୋଲିସ ପାଟ୍ରୋଲିଂଠିକ ଭାବେ ହେଉନଥିବାରୁ ଚୋର ଆରାମରେ ଚୋରି କରୁଛି l ସହର ର ବହି ଦୋକାନ, ଚା ଦୋକାନ,କିରାନା ଦୋକାନ, ପାର୍ଟସ ଦୋକାନ, ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ଦୋକାନରୁ ଚୋରି କରିନେଇ ପଳେଇଥିବା ଜଣାପଡିଛି l ତେବେ ଅଭିଯୋଗ ହେବl ପରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ ଏଯାଏ ଚୋରର ସନ୍ଧାନ ପାଇନି l ପୋଲିସର ଅପାରଗତା ଯୋଗୁଁ ସହରରେ ଦିନକୁଦିନ ଚୋରି ବୃଦ୍ଧି ପାଉଛି ବୋଲି ବରିଷ୍ଠ, ସାମ୍ବାଦିକ ଓ ଆଇନଜୀବି ମାନେ ମତ ବ୍ୟକ୍ତ କରିଛନ୍ତି l ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହେଲାଣି । ଏ ନେଇ ବଣିକ ସଙ୍ଘ ପକ୍ଷରୁ ଏସପିଙ୍କୁ ଜଣାଇବା ପରେ ଏସପିଙ୍କ ନିର୍ଦେଶ ରେ ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁସନ୍ଧାନ କରିଛନ୍ତି l ଟାଉନ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଏଥି ପୂର୍ବରୁ ଗତ 27ତାରିଖ ରେ ବି ସହରର ଅନେକ ଦୋକାନରୁ ଚୋର ମାନେ ଦୋକାନ ତାଲା ଭାଙ୍ଗି ଚୋରି କରି ନେଇଥିଲେ ମଧ୍ୟ ପୋଲିସର ଅପାରଗତା ଯୋଗୁଁ ଚୋରକୁ ଧରିପାରିନି ଟାଉନ ଥାନା ପୋଲିସ l ଫୁଲବାଣୀ ଟାଉନ ଥାନାରେ ଜଣେ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦେବାକୁ ସବୁ ମହଲରୁ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ