ଫେରୁଥିବା ଶ୍ରମିକଙ୍କୁ ରାସନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ମଧ୍ୟ କରିଛନ୍ତି । ଏହା ପରେ ପରେ ଏବେ ସଡ଼କ ପଥରେ ସୁଦୂର ଗୁଜୁରାଟର ସୁରଟରୁ ୫ଟି ବସ ଯୋଗେ ପ୍ରାୟ ୨୫୦ ଶ୍ରମିକ ଓଡ଼ିଶା ଫେରୁଛନ୍ତି । ଗୋଟିଏ ବସରେ ୫୦ ଜଣ ଯାତ୍ରୀ ବସିଛନ୍ତି । ସେମାନଙ୍କ ମଧ୍ୟ କିଛି ପରିବାର ମଧ୍ୟ ରହିଛନ୍ତି । ତେବେ ଫେରୁଥିବା ଶ୍ରମିକଙ୍କୁ ରାସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଯୋଗେ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୁକାବିଲା ନେଇ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାସନ କାର୍ଡ ଥାଉ ବା ନଥାଉ ଶ୍ରମିକଙ୍କ ପରିବାରକୁ ରାସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକମାନେ ଯେମିତି ଅସୁବିଧା ନଭୋଗନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନା ନିୟନ୍ତ୍ରଣ ହିଁ ମୁଖ୍ୟ ଦାୟିତ୍ୱ, ଏହା ଅତିରିକ୍ତ ଦାୟିତ୍ୱ ନୁହେଁ ବୋଲି କହିବା ସହ ୮/୧୦ ଦିନକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମନରେଗାରେ ଦୈନିକ ୫ ଲକ୍ଷ ମାନବ ଦିବସକୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନମୁନା ପରୀକ୍ଷଣ ଦୈନିକ ୧୫ ହଜାରକୁ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ