ଫେସବୁକ୍ ଲଞ୍ଚ କଲା ନୂଆ ପେମେଣ୍ଟ ଆପ୍ “ଫେସବୁକ୍ ପେ’

ନୂଆଦିଲ୍ଲୀ : ଗୁଗୁଲ ଏବଂ ଆପଲ ପରେ ସୋସିଆଲ ନେଟୱାର୍କିଂ ସାଇଟ୍ ଫେସବୁକ୍ ଏହାର ନିଜସ୍ୱ ପେମେଣ୍ଟ ପ୍ଲାଟଫର୍ମ “ଫେସବୁକ୍ ପେ’କୁ ଆମେରିକାରେ ଲଞ୍ଚ କରିଛି । ଏହା ଜରିଆରେ ଫେସବୁକ୍ ଏବଂ ଏହାର ପାର୍ଟନର ଆପ୍ ଯଥା ମେସେଞ୍ଜର, ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମରେ ସହଜରେ ପେମେଣ୍ଟ କରାଯାଇପାରିବ । ଚଳିତ ସପ୍ତାହରେ ପାଣ୍ଠି ସଂଗ୍ରହ, ଇନ୍‌-ଗେମ୍ ଟ୍ରାଞ୍ଜାକ୍‌ସନ୍‌,କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଟିକେଟ କ୍ରୟ, ମ୍ୟାସେଞ୍ଜରରେ ପର୍ସନ ଟୁ ପର୍ସନ ପେମେଣ୍ଟ ଏବଂ ଫେସବୁକ୍ ମାର୍କେଟ ପ୍ଲେସରେ କିଣାବିକା ପାଇଁ ବ୍ୟବହାର କରାଯିବ । “ଫେସବୁକ୍ ପେ’ ଯୋଜନାକୁ ଖୁବ୍ ଶୀଘ୍ର ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଆରମ୍ଭ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଫେସବୁକ୍ ପେ ସାମ୍ପ୍ରତିକ ବିତ୍ତୀୟ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି ଏବଂ କମ୍ପାନୀର ଡିଜିଟାଲ କରେନ୍ସି ଲିବ୍ରା ନେଟୱାର୍କରେ ଚାଲୁଥିବା କାଲିବ୍ରା ୱାଲେଟଠାରୁ ଏହା ଭିନ୍ନ । “ଫେସବୁକ୍ ପେ’କୁ ଆରମ୍ଭ କରିବା ପାଇଁ କେତୋଟି ଚରଣରେ ଯିବାକୁ ହେବ । ଆପଣ ଫେସବୁକ୍ ଆପ୍ କିମ୍ୱା ୱେବ୍‌ସାଇଟରେ ପ୍ରଥମେ ସେଟିଙ୍ଗକୁ ଯାଆନ୍ତୁ ଏବଂ ଏହା ପରେ “ଫେସବୁକ୍ ପେ’ କୁ ଯାଇ ପେମେଣ୍ଟ ମ୍ୟାଥଡ ଯୋଡ଼ି ଦିଅନ୍ତୁ । ଏହା ପରେ ଆପଣ ପରବର୍ତ୍ତୀ ସମୟରେ ବିନିଯୋଗ କଲେ ଫେସୁବୁକ୍ ପେ ବ୍ୟବହାର କରିପାରିବେ । ହ୍ୱାଟସଆପ ଏବଂ ଇନଷ୍ଟାଗ୍ରାମରେ ଫେସବୁକ୍ ପେ’ ଆରମ୍ଭ ହେବା ମାତ୍ରେ ଆପଣ ଏହାକୁ ପ୍ରତ୍ୟେକ ଆପରେ ସିଧାସଳଖ ସେଟ୍ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ