ଫୋନ୍ ରେ ଫେସ୍ ଲକ୍ ପକାଇ ସ୍ୱାମୀ ହଟହଟା

ଆଜିକାଲି ସ୍ମାର୍ଟଫୋନ୍ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି । ଏଇ ଯେମିତି ଏହି ଫୋନ୍ ପାଇଁ କିଏ ଆତ୍ମହତ୍ୟା କଲାଣି ତ ଆଉ କାହାର ଘରୋଇ କଳିଝଗଡ଼ା ଚରମ ସୀମାରେ ପହଞ୍ଚିଲାଣି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ ଆରମ୍ଭରେ ଦେଖିବେ ମହିଳା ଜଣଙ୍କ ଜଣେ ପୁରୁଷଙ୍କୁ ଗୋଡ଼ାଉଛନ୍ତି । ମାତ୍ର ପୁରୁଷ ଜଣଙ୍କ ଧରା ଦେଉନାହାନ୍ତି । କାରଣ ବି ବେଶ୍ ମଜାଳିଆ । ପୁରୁଷ ଜଣଙ୍କ ତାଙ୍କ ଫୋନ୍ରେ ଲକ୍ ପକାଇ ଦେଇଛନ୍ତି । ଯେଉଁ ମହିଳା ତାଙ୍କୁ ଗୋଡ଼ାଉଛନ୍ତି ସେ ତାଙ୍କ ସ୍ତ୍ରୀ । ତେଣୁ ସେ ·ହୁଁଛନ୍ତି ତାଙ୍କ ସ୍ୱାମୀଙ୍କ ଫୋନ୍ ଦେଖିବେ । ମାତ୍ର ସ୍ୱାମୀ ଜଣଙ୍କ ଧରାଛୁଆଁ ଦେଉନାହାନ୍ତି । ଅସଲ କଥା ହେଲା ଫୋନ୍ରେ ସ୍ୱାମୀ ଫେସ୍ ଲକ୍ ପକାଇ ଦେଇଛନ୍ତି । ତେଣୁ ସ୍ୱାମୀ ତାଙ୍କୁ କାହିଁକି ଏସବୁ ଲୁ·ଉଛନ୍ତି ସତ୍ୟତା ଜାଣିବା ପାଇଁ ଅନ୍ଲକ୍ କରିବାକୁ ·ହୁଁଛନ୍ତି ସ୍ତ୍ରୀ । ଶେଷରେ ମହିଳା ଜଣଙ୍କ ଫେସ୍ ଲକ୍ ଖୋଲିବାରେ ସଫଳ ହୋଇଛନ୍ତି । ଆଉ ସେହି ସ୍ଥାନରୁ ଫୋନ୍ଟିକୁ ନେଇ ଦୌଡ଼ି ପଳାଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି । ଏପରି ହଟହଟା ତଥା ମଜାଳିଆ ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ଲୋକ ଦେଖିସାରିଲେଣି । ୩୪ ହଜାରରୁ ଅଧିକ ଲାଇକ୍ ମଧ୍ୟ ହୋଇଛିୟ ଜାଣନ୍ତୁ ଫେସ୍ ଲକ୍ କ ‘ଣ : ଫୋନ୍ ସୁରକ୍ଷିତ ରଖିବା ପାଇଁ ଲକ୍ କରାଯାଇଥାଏ । ଏଥିପାଇଁ ପାର୍ଟନ, ନମ୍ବର ପାସ୍ୱାର୍ଡ, ଫିଙ୍ଗର ପ୍ରିଣ୍ଟ୍ ଆଦି ବ୍ୟବହାର କରାଯାଇଥାଏ । ସେହିପରି ଫୋନ୍ଟିକୁ ସୁରକ୍ଷିତ ରଖିବା ପାଇଁ ଫେସ୍ ଆଇଡିର ବ୍ୟବହାର ହୋଇଥାଏ । ମୁହଁ ପାଖରେ ଫୋନ୍ ଦେଖାଇଲେ ଉକ୍ତ ବ୍ୟକ୍ତିଙ୍କ ଚେହେରା ଚିହ୍ନି ଫୋନ୍ ଅନ୍ଲକ୍ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ