ବଉଳଗାଁ ପଂଚାୟତ ରୁ ଆରମ୍ଭ ହେଲା ଭାରତୀୟ ଜନତା ପାର୍ଟି ର ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଯୁବନେତା ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ଯ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱ ବୁଧବାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଂଚାୟତ ର ନନ୍ଦପଣ୍ଡାପଲ୍ଲୀ ଗ୍ରାମ ଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା l ଏଥିରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର, ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ଜିଲ୍ଲା ଯୁବ ମୋର୍ଚ୍ଚା ର ସଭାପତି ଶିବ ଶଙ୍କର ନାୟକ, ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ବସନ୍ତ କୁମାର ବେହେରା,ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା,ବିଜୟ ମୁଦୁଲି,ସୁରେଶ ମିଶ୍ର, ରମ୍ଭା ଏନଏସି ଅଧ୍ୟକ୍ଷା ମାନସୀ ସ୍ୱାଇଁ, ଯୁବ ନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ ଓ ବି. ଶଙ୍କର ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ ମୋଦି ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ଗୁଡିକ ସମ୍ପର୍କ ରେ ଲୋକଙ୍କୁ ସଚେତନତା କରାଇଥିଲେ l ଏହି ପଦଯାତ୍ରା ବଉଳଗାଁ ଗ୍ରାମ ପଂଚାୟତ ର ସମସ୍ତ ଗାଁ ପରିକ୍ରମା କରିଥିଲା l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ