ରାସନ ଚାଉଳ କାଟିବା ପ୍ରତିବାଦରେ ଆମରଣ ଅନଶନ ୩ୟ ଦିନରେ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତର ସାଧାରଣ ଲୋକଙ୍କୁ ନଜଣାଇ ରାସନ ଚାଉଳ କାଟିବା ପ୍ରତିବାଦରେ ଅଖିଳ ଭାରତ ଯୁବ ସଂଘ ସେଣ୍ଢତୀରା ଶାଖା ପକ୍ଷରୁ ୩ ଜଣ ସଦସ୍ୟ ଗତ ସୋମବାର ଠାରୁ ପଞ୍ଚାୟତ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି । ଏହାକୁ ସମର୍ଥନ କରି ଅନ୍ୟ ହିତାଧିକାରୀ ଓ ସଂଘର କର୍ମକର୍ତ୍ତା ମାନେ ଅନଶନ ସ୍ଥଳରେ ଉପସ୍ଥିତ ଅଛନ୍ତି । ପ୍ରତି ମାସରେ ବହୁ ହିତାଧିକାରୀଙ୍କର ନାମକୁ ରାସନ କାର୍ଡରୁ କାଟି ଦିଆଯାଉଛି । ଫଳରେ ହିତାଧିକାରୀ ମାନେ ରାସନ ସାମଗ୍ରୀ ପାଇବାରୁ ବଞ୍ôଚତ ହେଉଛନ୍ତି । ଏଥିସହ ଅର୍ନ୍ତଦୋୟ କାର୍ଡ ପ୍ରଦାନରେ ବ୍ୟାପକ ହେରଫେର କରାଯାଉଥିବା ବେଳେ ଚାଉଳ ବାଟ ମାରଣା କରାଯାଉଛି । ଏହା ମଧ୍ୟରେ ୩ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଅନଶନ ସ୍ଥଳକୁ ଆସିନଥିବା ଜଣାଯାଇଛି । ଫଳରେ ଅନଶନକାରୀ ମାନେ ଜିଦ୍ରେ ଅଟଳ ରହିଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାର ଅବନତି ଘଟୁଥିବା ଜଣାଯାଇଛି ।


