ବଜାରକୁ ଆସିଛି ଗୁପ୍ଚୁପ ଏଟିଏମ
ନୂଆଦିଲ୍ଲୀ: କରୋନା ପାଇଁ ଗୁପ୍ଚୁପ ବା ପାନିପୁରି ବ୍ୟବସାୟ ଫିକା ପଡିଥିବା ବେଳେ, ଏବେ ଗୁପ୍ଚୁପରଏଟିଏମ୍ ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆଗରୁ ପାଣି ଏଟିଏମ୍ ଥିବା ବେଳେ ତେବେ ଏବେ ଗୁପ୍ଚୁପ୍ ଏଟିଏମ୍ ବି ଆସିଯାଇଛି, ଯେଉଁଥିରେ ଆପଣ ଟଙ୍କା ପୂରାଇଲେ ଆପେ ଆପେ ଗୁପ୍ଚୁପ୍ ବାହାରୁଛି। କରୋନା ଯୋଗୁ ଏବେ ସାମାଜିକ ଦୂରତା ସହିତ ଅନେକ କଟକଣା ଲାଗୁ କରାଯାଇଛି। ସୋଶାଲ ମିଡିଆରେ ଗୁପ୍ଚୁପ୍ ଏଟିଏମ ଦେଖିବା ପରେ ଅନେକ ଲୋକ ନିଜ ନିଜର ମତ ରଖିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଗୁପୁ୍ ଅଟୋମେଟିକ ଭାବେ ବିନା ହାତର ସ୍ପର୍ଶରେ ବାହାରକୁ ଆସିଥାଏ । ଆପଣ ଟଙ୍କା ଡିପୋଜିଟ୍ କଲେ ସେହି ପରିମାଣ ଗୁପଚୁପ ଗୋଟିଏ ଗୋଟିଏ କରି ବାହାରକୁ ଆସୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେସ୍ ଭାଇରାଲ ହେଉଛି ।


