ବଜେଟ୍‌ରେ ବୟସ୍କ ଓ ଯୁବକଙ୍କ ପାଇଁ କିଛି ନାହିଁ : ବିଆରଏସ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତ ରାଜ୍ୟ ବଜେଟ୍‌ରେ ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଥିଲେ ହେଁ ବାସ୍ତବରେ ରାଜ୍ୟର ପାଖାପାଖି ୫୦ ଲକ୍ଷ ବରିଷ୍ଠ ନାଗରିକ ଯେଉଁମାନେ କି ଭତ୍ତା ହିତାଧିକାରୀ ଭାବେ ପରିଚିତ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବଜେଟରେ କୌଣସି ବ୍ୟବସ୍ଥା କରିନାହାଁନ୍ତି । ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ବାର୍ଦ୍ଧକ୍ୟ ଭତ୍ତା ୨୭୫୦ ଟଙ୍କା ଛୁଇଁଥିଲା ବେଳେ ସରକାର ଟଙ୍କାଟିଏ ବାର୍ଦ୍ଧକ୍ୟ ଭତ୍ତାରେ ବୃଦ୍ଧି କରିନାହାଁନ୍ତି । ସେହିଭଳି ଶିକ୍ଷିତ ଯୁବକମାନଙ୍କର ନିଯୁକ୍ତି କଥା ସରକାର ଅନେକ ଦିନ ହେଲା ଭୁଲିଗଲେଣି । ନିଯୁକ୍ତିକୁ ବାଦ ଦେଇ ସରକାର ରାସ୍ତାଘାଟ ଓ ଠିକାଦାରଭିତ୍ତିକ କାମରେ ଟଙ୍କା ଅଜାଡ଼ି ଦେଇଛନ୍ତି । ଶିକ୍ଷାର ଗୁଣାତ୍ମକ ମାନ ବିକାଶ କରିବା ପାଇଁ ଉଦ୍ୟମ ନକରି କେବଳ କୋଠାବାଡ଼ି ନିର୍ମାଣରେ ସରକାର ଅର୍ଥ ବ୍ୟୟ କରୁଛନ୍ତି । ଚାଷୀଙ୍କୁ ଟଙ୍କାଟିଏ ବୋନସ ଦେବାକୁ ମଧ୍ୟ ଇଚ୍ଛାପ୍ରକାଶ କରିନାହାଁନ୍ତି । ସରକାର ଯଦି ଏତେ ଗୋଲାପୀ ବଜେଟ ପ୍ରତିବର୍ଷ ଆଣୁଛନ୍ତି, ତାହେଲେ ପ୍ରତିବର୍ଷ ଯୁବକମାନଙ୍କର ଦାଦନ ଭାବରେ ଗଣପଳାୟନ କାହିଁକି ଘଟୁଛି ବୋଲି ବିଆରଏସ୍‌ର ପ୍ରମୁଖ ନେତା ଶେଷଦେବ ନନ୍ଦ ତାଙ୍କ ବଜେଟ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ