ବଜେଟ୍ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି
ନୂଆଦିଲ୍ଲୀ- ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନା କରିବେ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତେବେ ଏହା ପୂର୍ବରୁ କେତେକ କାର୍ୟ୍ୟର ବିଶେଷ ମହତ୍ତ୍ୱ ରହିଛି। ସେଥିମଧ୍ୟରୁ ‘ହାଲଓ୍ବା ରଶମ’ ଅନ୍ୟତମ। ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ମୁହଁ ମିଠା କରାଯାଇଥାଏ। ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଫଳ ଓ ସୁଦୃଢ଼ କରିବା ଆଶାରେ ବଜେଟ କାର୍ୟ୍ୟ ଆରମ୍ଭରୁ ‘ହାଲଓ୍ବା ରଶମ’ କରାଯାଇଥାଏ। ଚଳିତ ବର୍ଷ ବଜେଟର କାଗଜପତ୍ରର ଛପା କାର୍ୟ୍ୟ ସୋମବାର ‘ହାଲଓ୍ବା ରଶମ’ରୁ ଆରମ୍ଭ ହୋଇଛି। ଏହି ରଶମ ଅନୁସାରେ ଲୁହାର ଏକ ବାସନରେ ହାଲଓ୍ବା ତିଆରି କରାଯାଇଥାଏ। ଏଥିପାଇଁ ପ୍ରଥମେ କଢ଼େଇକୁ ଗରମ କରି ସେଥିରେ ଅର୍ଥମନ୍ତ୍ରୀ ଘିଅ ପକାଇ ହାଲଓ୍ବା ପ୍ରସ୍ତୁତ କରିଥାନ୍ତି। ହାଲଓ୍ବା ପ୍ରସ୍ତୁତ ହେବା ପରେ ନିଜ ହାତରେ ବଜେଟର ନେତୃତ୍ୱ ନେଇଥିବା ଅର୍ଥମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ପରସିଥାନ୍ତି। ଏହାପରେ ସମସ୍ତ କର୍ମଚାରୀ ନର୍ଥ ବ୍ଲକ ଭିତରେ ବଜେଟର ଛପା କାର୍ୟ୍ୟରେ ଲାଗିପଡ଼ିଥାନ୍ତି। ସେହି ସମୟରେ କୌଣସି କର୍ମଚାରୀ ନିଜ ଘରକୁ ନ ଯିବା ସହ ବାହାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିଥାନ୍ତି। ବଜେଟ ଉପସ୍ଥାପନ ପର୍ୟ୍ୟନ୍ତ ସେହି ରୁମ୍ରେ କର୍ମଚାରୀମାନେ ୧୦ ଦିନ ପର୍ୟ୍ୟନ୍ତ ବନ୍ଦ ରହି ସେମାନଙ୍କ କାର୍ୟ୍ୟ କରିଥାଆନ୍ତି।


