ଭୁବନେଶ୍ୱର ଓ ସୁରଟ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା
ଭୁବନେଶ୍ୱର- ସୋମବାର ସକାଳେ ଏୟାର ଇଣ୍ଡିଆର ଏ୩୨୧ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧ ଜଣ ଯାତ୍ରୀଙ୍କୁ ନେଇ ସୁରଟକୁ ସିଧାସଳଖ ଉଡ଼ାଣ ଆରମ୍ଭ କରିଛି । ମାତ୍ର ଦୁଇଘଣ୍ଟାରେ ଏହା ସୁରଟରେ ପହଞ୍ଚିବ। ସପ୍ତାହକୁ ଦୁଇଦିନ ଏହି ବିମାନ ଚଳାଚଳ କରିବ । ବିମାନଟି ବାଙ୍ଗାଲୋର-ଭୁବନେଶ୍ୱର-ସୁରଟ ଯାତ୍ରା କରିବ । ବାଙ୍ଗାଲୋରରୁ ପ୍ରତି ସୋମବାର ଓ ଗୁରୁବାର ସକାଳ ୬ଟା ୧୦ମିନିଟ୍ ରେ ବିମାନଟି ବାହାରି ଭୁବନେଶ୍ୱରରେ ୮ଟା ୧୦ରେ ପହଞ୍ଚିବ । ଭୁବନେଶ୍ୱରରେ ଅଧଘଣ୍ଟା ରହିବା ପରେ ସକାଳ ୮ଟା ୪୦ମିନିଟ୍ରେ ସୁରଟ ଅଭିମୁଖେ ଉଡ଼ାଣ କରିବ । ସେହିପରି ପ୍ରତି ଶୁକ୍ରବାର ଓ ରବିବାର ବାଙ୍ଗାଲୋରରୁ ସକାଳ ୬ଟା ୧୦ରେ ବାହାରି ସୁରଟରେ ୮ଟାରେ ପହଞ୍ଚିବ । ସେଠାରେ ଅଧଘଣ୍ଟା ରହି ପୁଣି ୮ଟା ୩୦ରେ ଭୁବନେଶ୍ୱରକୁ ଆସିବ । ଭୁବନେଶ୍ୱରରେ ୧୦ଟା ୩୦ମିନିଟ୍ ରେ ବିମାନଟି ଅବତରଣ କରିବ। ଭୁବନେଶ୍ୱରରୁ ସୁରଟକୁ ଅତି କମ୍ ରେ ୪୫୦୩ ଟଙ୍କା ଭଡ଼ା ରହିଥିବାବେଳେ ସୁରଟରୁ ଭୁବନେଶ୍ୱରକୁ ଅତି କମ୍ ରେ ୪୨୧୩ ଟଙ୍କା ରହିଛି ।


