ବଜ୍ରାଘାତରେ ବୃଦ୍ଧା ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଜାମଦା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମ ହେଁସଡା ପଂଚାୟତର ମଂଝରୀ ଖୁଣ୍ଟିଆ ୬୫ ବର୍ଷ ବୟସ୍କା ବୃଦ୍ଧା ବିଲକାମ ସାରି ଘରକୁ ଫେରୁଥିଲା ସମୟରେ ବଜ୍ରାଘାତର ଶିକାର ହୋଇ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଚିକିତ୍ସାଳୟକୁ ଅଣାଯାଇଥିଲା।ଖବର ପାଇ ସଙ୍ଗେ ସଙ୍ଗେ ମୟୁରଭଞ୍ଜ ବିଜେଡି ସଦର ସଭାପତି କାଶୀନାଥ ହେମ୍ବ୍ରମ, ଜାମଦା ବ୍ଲକର ବିଜେଡି ନେତା ତଥା ପ୍ରାକ୍ତନ ସରପଞ୍ଚ ମୋଟକା ବିରୁଆ, ଦୀପକ ମିଶ୍ର, ଜଲେନ ନାୟକ,ଯୁବସଂଗଠକ ଗଣେଶ ମିଶ୍ର, ତୁଶୀଲ ହେମ୍ବ୍ରମ, ମୁନ୍ନା ଖାଁ ପ୍ରମୁଖ ମେଡିକାଲରେ ପହଞ୍ଚି ଆହତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଏବଂ 108 ଆମ୍ବୁଲାନ୍ସ ଯୋଗେ ବାରିପଦା ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ।


