ବଡଖେମୁଣ୍ଡି ହାଇସ୍କୁଲର ବାର୍ଷିକୋତ୍ସବ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲର ବାର୍ଷିକୋତ୍ସବ ଗୁରୁବାର ବିଦ୍ୟାଳୟ ପରିଚାଳନା ଅଧ୍ଯକ୍ଷ ଏମ. ତ୍ରିନାଥଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ଏନ୍ଏସିର ଅଧ୍ଯକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା ଏଥିରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍ଏସିର ପୂର୍ବତନ ଅଧ୍ଯକ୍ଷ ଭି.ରବିନାରାୟଣ ରାଜୁ, ଉପାଧ୍ଯକ୍ଷା କେ. ପୂଜା, ଆଇନଜୀବୀ ପରେଶ ଚନ୍ଦ୍ର ରଥ ହରପ୍ରସାଦ ରଥ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ ଘଡେଇ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ଯକ୍ଷା ସଙ୍ଗୀତା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଦ୍ଯାର୍ଥୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ଗୁଡିକୁ ଖୋଜି ବାହାର କରି ସେମାନଙ୍କୁ ସୁନାଗରିକ ଭାବେ ଗଢି ତୋଳିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ।ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନିଲ କୁମାର ମହାନ୍ତି ବାର୍ଷିକ ବୀବରଣି ପାଠ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଉତ୍ସବ ସଂଯୋଜନା କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ସମସ୍ତ  ଶିକ୍ଷୟିତ୍ରୀ ଶିକ୍ଷକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ