ବଡ କୁଲେଇବିରା ଗ୍ରାମରେ ପେସା ଆଇନ୍ ସଚେତନତା ଶିବିର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ବଡ କୁଲେଇବିରା ଗ୍ରାମରେ ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ ସମିତି ପକ୍ଷରୁ ପେସା ଆଇନ୍ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ପେସା ଆଇନ୍ ସମ୍ପର୍କିତ ସଚେତନତା ଶିବିରରେ ବଡକୁଲେଇବିରା ଗ୍ରାମ ସହିତ ଗହିରା, ବିରାଡି, ନିମଡି, ବାରୁଡିହି, ଉଲିଡି, ଗୋଡାମାରା, ଘୁମାଳ, ଆନନ୍ଦପୁର ଏବଂ ବୀରଘୁଟୁ ଗ୍ରାମର ମାଝୀବାବା (ଗ୍ରାମମୁଖ୍ୟ) ଗ୍ରାମବାସୀ’ଙ୍କ ସହିତ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପେସା ଗ୍ରାମସଭା ସମନ୍ବୟ ସମିତି ର ରାଜ୍ୟ ସଂପାଦକ ତଥା ମୟୁରଭଞ୍ଜ ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ’ଙ୍କ ନେତୃତ୍ବରେ ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସମିତି ସଂପାଦକ ନନାରାମ ମୁର୍ମୁ, ଯୁବ ସଭାପତି ଦୁଲାରାମ ମୁର୍ମୁ, ବେତନଟୀ ବ୍ଲକ ସଭାପତି ସୁଦାମ ସୋରେନ୍, ରାଜ୍ୟ ପେସା କୋମିଟୀ ସଦସ୍ୟ ଅଶୋକ ସିଂସୋଏ ପ୍ରମୁଖ ଉପସ୍ଥିତ ରହି ଶିବିରରେ ଉପସ୍ଥିତ ଲୋକଙ୍କୁ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଲାଗୁ ହେଉଥିବା ପେସା ଆଇନ୍ ୧୯୯୬’ ର ବ୍ୟବସ୍ଥାବଳୀ ଅନୁସାରେ ଅନୁସୂଚୀତ ଜନଜାତି ବା ଆଦିବାସୀ ମାନଙ୍କ ରହିଥିବା ହକ୍-ଅଧିକାର ବିଷୟରେ ସଚେତନ କରିବା ସହିତ ପେସା ଆଇନ୍ ବିଷୟରେ ପୁଙ୍ଖନାପୁଙ୍ଖ ଭାବେ ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହା ସହିତ ଏହି ସଚେତନତା ଶିବିରରେ ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଚଳରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ପ୍ରାଚୀନ ପଥରଗାଡି ପ୍ରଥା ଅନୁସାରେ ବଡ କୁଲେଇବିରା ଗ୍ରାମରେ ନିକଟ ଅତିତରେ ପେସା ଗ୍ରାମସଭା ଗଠନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି।ଏହି ସଚେତନତା ଶିବିର ବଡ କୁଲେଇବିରା ସୁରକ୍ଷା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବାବେଳେ ଏଥିରେ ଗୋହିରା ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ। ଆନନ୍ଦପୁର ପେସା ଗ୍ରାମସଭା ଉପଦେଷ୍ଟା ସୁନ୍ଦରମୋହନ ମାର୍ଣ୍ଡି, ଉପସଭାପତି ବୀର ସୁନ୍ଦର ମାର୍ଣ୍ଡି, ଉପଦେଷ୍ଟା କିସୁନ୍ ମାର୍ଣ୍ଡି, ସମ୍ପାଦକ ମଧୁ ମୁର୍ମୁ ଏବଂ ସହ ସଂପାଦକ ଶାଙ୍ଖ କିସ୍କୁ ପ୍ରମୁଖଙ୍କ ମାର୍ଗ ଦର୍ଶନରେ ସଚେତନତା ଶିବିର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବଡ କୁଲେଇବିରା ସରପଞ୍ଚ ଶ୍ରୀମତୀ ଅାଝୋ ମୁର୍ମୁ, ସମିତି ସଭ୍ୟ ମଧୁସୂଦନ ଟୁଡୁ, ୩’ ୪’ ଓ ୫’ ନଂ ଓ୍ବାର୍ଡ ର ଓ୍ବାର୍ଡ ମେମ୍ବର ଯଥା ଶ୍ରୀମତୀ ପାନ ଟୁଡୁ, ମାୟସା ଟୁଡୁ ଏବଂ ଛିତା ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ