ବଡ ଭାଇର ହତ୍ୟାକାରୀ ସାନ ଭାଇ ଗିରଫ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ ଗତ ନଭେମ୍ବର ୨୮ ତାରିଖ ଦିନ ବଡ ଭାଇ ସୂର୍ଯ୍ୟନାରାୟଣ ଭୂୟାଁ ଓରଫ ବୁଲୁ ଙ୍କୁ ତାଙ୍କ ସାନ ଭାଇ ସଞ୍ଜୀବ କୁମାର ଭୂୟାଁ ଓରଫ କୁଲୁ ନିଜ ଗ୍ରାମର ନୂଆଁ ସାହି କେନାଲ ନିକଟରେ ଭୀଷଣ ପଟିଥିବା ଯୋଗୁଁ ବଡ ଭାଇର ମୃତ୍ୟୁ ଘଟିଥିଲା। ଏନେଇ ବୁଗୁଡା ଥାନାରେ କେଶ ନଂ ୩୫୯/୨୦ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଜାରି ରଖିଥିଲେ। ଆଜି ଅର୍ଥାତ ଡିସେମ୍ବର ୦୧ ତାରିଖ ଦିନ ବଡ ଭାଇ ବୁଲୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସାନ ଭାଇ ସଞ୍ଜୀବ କୁମାର ଭୂୟାଁ କୁ ବୁଗୁଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।


