ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ସ୍ୱାଗତ ନବବର୍ଷ କବିତା ଆସର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଚଳିତ ବର୍ଷର ଅନ୍ତିମ ସାହିତ୍ୟ ଆସର ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ମସିହାର ସମସ୍ତ ଦୁଃଖ, ଗ୍ଳାନି ଓ ଅବସାଦକୁ ଭୁଲି ଆଗାମୀ ନବ ବର୍ଷ ୨୦୨୩ କୁ ସମୃଦ୍ଧ, ନିରୋଗ ଓ ଶକ୍ତିଶାଳୀ କରିବା ପାଇଁ କବି ମାନେ ସେମାନଙ୍କ ଅନ୍ତରର ଭାବ ସହ କବିତା ଗୁଡିକୁ ଶବ୍ଦରେ ପ୍ରକାଶ କରିଥିଲେ । ଆଗାମୀ ଫେବ୍ରୁୟାରୀ ୧୨ ତାରିଖରୁ ହେବାକୁଥିବା ଚତୁର୍ଦ୍ଦଶ ବନଜ୍ୟୋସ୍ନା ପୁସ୍ତକ ମେଳାକୁ ସରସ ସୁନ୍ଦର କରିବା ପାଇଁ ଆଲୋଚନା ହୋଇଥିଲା ।ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଅନୁଷ୍ଠାନ ତଥା ସହରର ବହୁ କବି କବିୟତ୍ରୀ ସେମାନଙ୍କ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ରେ ଶରତଚନ୍ଦ୍ର ମହାନ୍ତି, ସୋମନାଥ ସାହୁ, ପ୍ରମୋଦ କୁମାର ସାହୁ, ମୁସ୍କାନ୍‌ ଶୁଆର, ଶଶି ଭୂଷଣ ରଥ, ପ୍ରଦୀପ କହଁର, ମଧୁସୂଦନ ସାହୁ, ଓମ୍‌ ପ୍ରକାଶ ପଣ୍ଡା, ବୈଜୟନ୍ତୀ ମାଳା ମହାପାତ୍ର, କଳ୍ପନାରାଣୀ ପାତ୍ର ସେମାନଙ୍କ ସ୍ୱରଚିତ କବିତା ଆବୃତି କରିଥିଲେ । କାର୍ଯ୍ୟକ୍ରମ ଶେଷରେ କଳ୍ପନାରାଣୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ