ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ବିଧାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଆଜି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟି ନୂତନ ବର୍ଷର ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏହି ଅବସରରେ ବିଜୁ ଆଇନ ସାମ୍ମୁଖ୍ୟ ର ସମ୍ପାଦକ ଏଲ୍. ଗୋପାଳ ରାଓ, ଉପସଭାପତି ସିମାଞ୍ଚଳ ମହାପାତ୍ର, ଭୈରବୀ ପଟ୍ଟନାୟକ, କାଳୀ ପ୍ରସାଦ ଦାଶଙ୍କ ସମେତ ବହୁ ଆଇନଜିବୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଧାୟକ ଶ୍ରୀ ବେହେରାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ।


