କେତେ ଝାଳ ବାହାରୁଛି ଜଣାଇଦେବ ସେନ୍ସର

ଆମେରିକାର ବୈଜ୍ଞାନିକମାନେ ଏକ ଛୋଟ ସେନ୍ସର ବିକାଶ କରିଛନ୍ତି ଯାହାକୁ ପିନ୍ଧିଲେ ବା ଲଗାଇଲେ ଶରୀରରୁ କେତେ ଝାଳ ବାହାରୁଛି ଜାଣିହେବ । ଏହାଦ୍ୱାରା ଡିହୋଇଡ୍ରେଶନ ହେବ କି ନାହିଁ ତାହା ମଧ୍ୟ ଏଥିରୁ ଜାଣିହେବ । ଏହି ତଥ୍ୟ ସାଇନ୍ସ ଆଡ୍ଭାନ୍ସେସ୍ରେ ପ୍ରକାଶ ପାଇଛି । ସେନ୍ସରରେ ଏକ ସ୍ପାଇରାଲ ମାଇକ୍ରୋସ୍କୋପିକ୍ ଟ୍ୟୁବ୍ ରହିଛି, ଯାହା ତ୍ୱଚାରୁ ଝାଳ ଶୋଷି ଆଣେ । ଶୋଷିବା ସମୟରେ ଟ୍ୟୁବ୍ ମଧ୍ୟରେ ଝାଳ ଯେଉଁ ବେଗରେ ଯାଏ ତାହାକୁ ମାପ କରି ସେନ୍ସର ଆମ ଶରୀରରୁ କେତେ ଝାଳ ବାହାରୁଛି ତାହା ଜଣାଇଦିଏ । ଏହା ସହ ଲଗାଯାଇଥିବା ଏକ କେମିକାଲ ସେନ୍ସର ଝାଳରେ ଥିବା ପୋଟାସିୟମ ଓ ସୋଡିୟମର ସାନ୍ଧ୍ରତା ମାପ କରିଥାଏ । ଏହା ମଧ୍ୟ ଝାଳରୁ ସୁଇଟ୍ ଗ୍ଲୁକୋଜ ସ୍ତର ମାପ କରିଥାଏ । କିନ୍ତୁ ଜଣେ ବ୍ୟକ୍ତିର ଝାଳରେ ଥିବା ସୁଇଟ୍ ଗ୍ଲୁକୋଜ ସ୍ତରରୁ ବ୍ଲଡ୍ ଗ୍ଲୁକୋଜ ସ୍ତର ଜାଣିହେବନାହିଁ । ଏଣୁ କେମିତି ସୁଇଟ୍ ଗ୍ଲୁକୋଜ ସ୍ତରରୁ ବ୍ଲଡ୍ ଗ୍ଲୁକୋଜ ସ୍ତର ଜାଣିିହେବ ସେଥିପାଇଁ ଗବେଷଣା ଜାରି ରହିଛି । ସେନ୍ସରକୁ କପାଳ, ବାହୁ, ରିଷ୍ଟ୍ କିମ୍ବା ପିଠିର ଉପର ଭାଗରେ ଲଗାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ