ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ, (ସୁନୀଲ କୁମାର ବେହେରା):ଫୁଲବାଣୀସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶତପଥୀ ,ଶୈକ୍ଷିକ କମିଟିର ସଦସ୍ୟ ଶିବାଜୀ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ମୁଖ୍ୟ ଅତିଥି ଦେବୀ ପ୍ରସାଦ ଶତପଥୀ ,ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଶୋକ କୁମାର ମିଶ୍ର(ବି.ଇ.ଓ,ଫିରିଙ୍ଗିଆ ବ୍ଲକ),ସଭାପତି ବ୍ରଜବନ୍ଧୁ ମଲ୍ଲିକ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଶୈକ୍ଷିକ କମିଟିର ସଭାପତି ବାସୁଦେବ ପ୍ରହରାଜ, ଶୈକ୍ଷିକ କମିଟିର ସମ୍ପାଦକ କୁନୁ ଭୋଇ, ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା,ପ୍ରମୁଖ ଉପସ୍ଥିତ ଥିଲେ।ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୧୯୨ଟି ପ୍ରକଳ୍ପରେ ଶିଶୁ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଭିଜ୍ଞ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା। ଅନୁଷ୍ଠାନର ବିଜ୍ଞାନ ଆଚାର୍ଯ୍ୟ ଅନୀଲ କୁମାର ସାହୁ ଓ ନିରୂପମା ପଣ୍ଡାଙ୍କ ସଂଯୋଜନା ତଥା ସମସ୍ତ ବିଜ୍ଞାନ ଆଚାର୍ଯ୍ୟ,ଆଚାର୍ଯ୍ୟା ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା , ବାହନ ଚାଳକ/ ସହଯୋଗୀ ଓସେବକ/ସେବୀକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ