ବନ୍ତ ବ୍ଲକର ୧୩୧୬ ଏସ୍‌.ଏଚ୍‌.ଜିଙ୍କୁ ସୁଧ ଫେରସ୍ତ

ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାର ମହିଳା ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ, ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ, ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକର ୧୩୧୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୬ ଲକ୍ଷ ୧୭ ହଜାର ୪ ଶହ ୪୮ ଟଙ୍କା ସୁଧ ଫେରସ୍ତ କରାଯିବ ବୋଲି ଜଣାଯାଇଛି । ଆଜି ବ୍ଲକ ପରିସରରେ ବ୍ଲକ ମିଶନ ଶକ୍ତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବି.ଏଲ.ସି ରଶ୍ମିତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଯୋଗ ଦେଇ ମ।।ଆ ମାନଙ୍କୁ ସବୁ କ୍ଷେତ୍ରରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ । ବିଡିଓ ପ୍ରଦୀପ କୁମାର ସେଠୀ ଯୋଗ ଦେଇ ଓଡିଶା ସରକାର ମାଆ ମାନଙ୍କ ପାଇଁ ଯେତେ କାର୍ଯ୍ୟ କରୁଛନ୍ତି, ସେପରି ଅନ୍ୟ ରାଜ୍ୟ ସରକାର କରୁନଥିବା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ସିଡିପିଓ ରୀତାରାଣୀ ମାଝୀ ଯୋଗ ଦେଇ ମିଶନ ଶକ୍ତିର ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ବି.ପି.ଏମ ଦୁର୍ଗା ପ୍ରସାଦ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏମ୍‌.ବି.କେ ପ୍ରଜ୍ଞାପରମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୫୦ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮ ଲକ୍ଷ ୫୮ ହଜାର ୩ ଶହ ୧୮ ଟଙ୍କାର ଡୋମି ଚେକ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବି.ଏଲ.ସି ସ୍ମିତା ପାଣିଗ୍ରାହୀ, ସଞ୍ଜୁଲତା ନାୟକଙ୍କ ସମେତ ବ୍ଲକ ସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତା ଓ କାର୍ଯ୍ୟକାରୀ ପରିଷଦର ସଭ୍ୟା ମାନେ ସହଯୋଗ କରିଥିଲେ । ଏଥିରେ ୨୫ ପଞ୍ଚାୟତର ଏମ୍‌.ବି.କେ, ସିଆରପି, ବ୍ୟାଙ୍କ ମିତ୍ରଙ୍କ ସମେତ ସ୍ୱୟ ସହାୟକ ଗୋଷ୍ଠୀର ସଭାପତି, ସଂପାଦିକା ଓ ସଭ୍ୟା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ