ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ମାସର ଦରମା ପ୍ରଦାନ

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ପାଇଁ ଗଠିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ତାଙ୍କର ଏକ ମାସର ଦରମା ପ୍ରଦାନ କରିଛନ୍ତି । ଟ୍ୱିଟ ବାର୍ତାରେ ପ୍ରଧାନ କହିଛନ୍ତି ଯେ, ଏଭଳି ବିପଦ ସମୟରେ ସଙ୍କଟରେ ପଡିଥିବା ଲୋକମାନଙ୍କୁ ଆମ୍ଭେମାନେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ । କରୋନା ସଂକ୍ରମଣ ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋର ଗୋଟିଏ ମାସର ବେତନ ଏବଂ ସାଂସଦ ସ୍ଥାନୀୟ ବିକାଶ ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ପ୍ରଦାନ କରୁଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ