ବନ୍ଦ ଘରୁ ଟଙ୍କା ସୁନା ଚୋରି

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ନଗର ର ଏକ ଘରୁ ଚୋରି ଘଟଣାରେ ଗୁରୁବାର ଛତ୍ରପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉ କି, ଚନ୍ଦ୍ର ଶେଖର ନଗରରେ ଏକ ଭଡା ଘରେ ରହୁଥିବା ଗୋପୀନାଥ ଦାସ ନିଜ ଘର ତାଲା ପକାଇ ନିଜ ଗ୍ରାମକୁ ଯାଇଥିବା ବେଳେ ଘର ତାଲା ଭାଙ୍ଗି କିଛି ଦୁର୍ବୁତ୍ତ ଘରୁ ୩ ଟି ସୁନା ମୁଦି, ଗୋଟାଏ ନେକଲେସ୍‌, ୨ ଟି ଚେନ୍‌, ଗୋଟାଏ କାନଫୁଲ, ଗୋଟାଏ ରୂପା ପାଉଁଜି ଓ ୪ ହଜାର ଟଙ୍କା ଚୋରି କରିନେଇଥିଲେ । ଏନେଇ ଗୋପୀନାଥ ଦାସ ଛତ୍ରପୁର ଥାନାରେ ଏତାଲା ଦାୟାର କରିଥିଲେ । ଗୁରୁବାର ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛନ୍ତି । ଏନେଇ ଛତ୍ରପୁର ଥାନାରେ ୬୬୫/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ