ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲା ଓକିଲ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବନ୍ୟା ପ୍ରପୀଡ଼ିତମାନଙ୍କୁ ସହଯୋଗର ହାତ ବଢାଇଇଛି ଭୁବନେଶ୍ୱର ଓକିଲ ସଂଘ । ଉପକଣ୍ଠରେ ଥିବା ବାଲିପାଟଣା ବ୍ଲକର ପାଣିଘେର ମଧ୍ୟରେ ରହିଥିବା ଗ୍ରାମମାନଙ୍କରେ ସଂଘର ସଦସ୍ୟମାନେ ପହଞ୍ôଚ ପ୍ରତି ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ବନ୍ୟା ପ୍ରପୀଡ଼ିତଙ୍କର କ୍ଷୟକ୍ଷତି ଓ ଦୁଃଖ ଦୁର୍ଦ୍ଦଶା ଦେଖି ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ ସୂଚନା ଦେଇଛନ୍ତି । ସଂଘର ସମ୍ପାଦକ ରାଜକିଶୋର ଦାସଙ୍କ ନେତୃତ୍ୱରେ କୋଡ଼ିଏ ଜଣିଆ ଟିମ୍ ବନ୍ୟା ପ୍ରଭାବିତ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡ଼ା, ଦରଡ଼ା, ବେଲମରା ଇତ୍ୟାଦି ଗ୍ରାମରେ ପହଞ୍ôଚ ରିଲିଫ ପ୍ରଦାନ କରିଥିଲେ । ସଂଘର ଉପସଭାପତି ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର ଦାସ, ସବ୍ୟସାଚୀ ସୂତାର, କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାଶ, ପ୍ରଦିପ୍ତ କୁମାର ପାଲ, ଦିପ୍ତିରଞ୍ଜନ ଦଳାଇ, ଅମ୍ରିତା ସାହୁ, ବନ୍ଦିତା ସାମଲଙ୍କ ସମେତ ସରକାରୀ ଓକିଲ ଡ. ସୁରେଶ ବାରକି, ବିକାଶ ରାଉତରାୟ, ସୁରେଶ ଦାସ, କମଳ ଜେନା, ସୁଜିତାବ ସାମଲ, ଶ୍ରଦ୍ଧାନନ୍ଦ ଦାସ, ସୂର୍ଯ୍ୟନାରାୟଣ ପଣ୍ଡା, ଯୋଗେଶ ଜେନା, ସ୍ମୃତି ରଞ୍ଜନ ମଲ୍ଲ ଏବଂ ସ୍ଥାନୀୟ ସରପଞ୍ଚ, ୱାର୍ଡ଼ମେମ୍ବର ପ୍ରମୁଖ ରିଲିଫ କାର୍ଯ୍ୟରେ ସହଯୋଗ କରିଥିଲେ । ଆଇନଜୀବୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ