ବନ ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ପ୍ରକଳ୍ପ ତରଫରୁ ସ୍ୱତନ୍ତ୍ର ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବନ ବିଜ୍ଞାନ ମହାବିଦ୍ୟାଳୟ (ଓୟୁଏଟି)ର ଜାତୀୟ ସେବା ପ୍ରକଳ୍ପ (ଏନ୍‌ଏଏସ୍‌) ପକ୍ଷରୁ ଗଙ୍ଗନଗରପଲ୍ଲୀ ବସ୍ତିରେ ଏକ ସାତଦିନିଆ ସ୍ୱତନ୍ତ୍ର ଶିବିର ସମ୍ପାଦନ ହୋଇଯାଇଛି । ଏଥିରେ ଗଙ୍ଗନଗରପଲ୍ଲୀ ବସ୍ତିବାସିନ୍ଦା ଏବଂ ବନ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ବିଭିନ୍ନ ବିଷୟରେ ଯଥା-ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ନିଶା ନିବାରଣ, ରକ୍ତଦାନ କାର୍ଯ୍ୟକ୍ରମ, ଛତୁଚାଷ, ମହୁଚାଷ, ବୃକ୍ଷରୋପଣ, ଚାରା ବିତରଣ ଏବଂ ବସ୍ତି ସଫେଇ ଆଦି କାର୍ଯ୍ୟକ୍ରମ ସହ ତାଲିମ, ଆଲୋଚନା ଏବଂ ପଦଯାତ୍ରା ଇତ୍ୟାଦି କରାଯାଇଥିଲା । ପ୍ରଫେସର କୁମ୍ଭକର୍ଣ୍ଣ ରାଉତ, ଅଧ୍ୟକ୍ଷ, ବନବିଜ୍ଞାନ ମହାବିଦ୍ୟାଳୟ, ପ୍ରଫେସର ଲକ୍ଷ୍ମଣ କୁମାର ବାବୁ, ଅଧ୍ୟକ୍ଷ ଛାତ୍ର କଲ୍ୟାଣ ବିଭାଗ, ପ୍ରଫେସର ମନୋଜ କୁମାର ତ୍ରିପାଠୀ, କାର୍ଯ୍ୟକ୍ରମ ସଂଯୋଜକ, ଡ଼କ୍ଟର ସ୍ମିଥା ଜି ନାୟାର, ଡ. ହରିଣ୍ମୟୀ ନାୟକ, ସୁଶାନ୍ତ କୁମାର ଦାସ, ଡ. ପ୍ରଭାସିନୀ ବେହେରା, ଡ. ନିରଞ୍ଜନ ଚିନ୍ନାରା, କର୍ପୋରେଟର ଶ୍ରୀଧର କୁମାର ବେହେରା, ପ୍ରଭୁଦତ୍ତ ପଟେଲ, ଗୋପୀମୋହନ ପଟ୍ଟନାୟକ ଏବଂ ଗୋପାଳ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗାଦନ ଦେଇ ପ୍ରୋତ୍ସାହନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଡ. ତନ୍ମୟ ଲଳିତେନ୍ଦୁ ମହାନ୍ତି, କାର୍ଯ୍ୟକ୍ରମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସମ୍ପାଦନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ