ବନ ବିଭାଗ ଚାନ୍ଦିପୁର ରେଞ୍ଜ ପକ୍ଷରୁ ଚୋରା ଚାଲାଣ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ଚାନ୍ଦିପୁର ରେଞ୍ଜ ବନ ବିଭାଗ ପକ୍ଷରୁ ଚୋରା ଚାଲାଣ ହେଉଥିବା ୨୫ ଟି ଗଧି,୨ ଟି ପାଣି ପକ୍ଷୀ ଓ ଗୋଟିଏ କଇଁଛ କୁ ଜବତ କରିବା ସହ ଏହି ଚୋରା ଚାଲାଣ କରୁଥିବା ଅଭିଯୁକ୍ତ କୁ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ର ସଞ୍ଜୟ ନାୟକ ବୋଲି ଜଣାପଡିଛି।ଅଭିଯୁକ୍ତ ସଞ୍ଜୟ ଏସବୁ ଖନ୍ତାପଡା ରୁ ପଶ୍ଚିମବଙ୍ଗ କୁ ଟ୍ରେନ ଯୋଗେ ନେଉଥିବେ ବେଳେ ରୂପସା ରେଳ ଷ୍ଟେସନ ରେ ଆର.ପି.ଏଫ୍ ସଂଜୟକୁ ଅଟକ ରଖି ବନବିଭାଗ ଚାନ୍ଦିପୁର ରେଞ୍ଜ କୁ ଖବର ଦେଇଥିଲେ।ଚାନ୍ଦିପୁର ରେଞ୍ଜ ସେଠାରେ ପହଞ୍ଚି ୨୫ ଟି ଗୋଧି, ଦୁଇଟି ପାଣି ପକ୍ଷୀ ଓ ଗୋଟିଏ କଇଁଛ ଜବତ କରିବା ସହ ଅଭିଯୁକ୍ତ ସଞ୍ଜୟ କୁ ଗିରଫ କରି କୋର୍ଟ ଚାଲାଣ କରିଛି।


