ୟୁବି ହାଇସ୍କୁଲ ଟପର ହେଲେ ଜୀବନ 

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଟପର ହୋଇଛନ୍ତି ଜୀବନ କୁମାର ପରିଡା। ସେ ମୋଟ ୬୦୦ ମାର୍କରୁ ୫୭୨ (୯୫.୩୩) ମାର୍କ ରଖିଛନ୍ତି । ସେ ଗଣିତ ବିଭାଗରେ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । ତାଙ୍କ ବାପା ଅଶ୍ବିନ କୁମାର ପରିଡା ମେଡିସିନ୍ ଷ୍ଟୋର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ଉଭୟ ବାପା ମାଆ ତାଙ୍କୁ ଉତ୍ସାହିତ କରୁଥିବା ପ୍ରକାଶ କରିଛନ୍ତି । ସ୍କୁଲ ଟପର ହେବା ସହ ବ୍ଳକ୍ ରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ଜୀବନ ୭ମ ସ୍ଥାନରେ ରହି ବିଦ୍ୟାଳୟ ପାଇଁ ଗର୍ବ ଆଣିଥିବା ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ବିଜ୍ଞାନ ଶିକ୍ଷକ ଉମାକାନ୍ତ ନାହାକ ପ୍ରକାଶ କରିଛନ୍ତି । ଜୀବନ ଏହି ଶ୍ରେୟ ପିତାମାତା ଓ ସମସ୍ତ ଶିକ୍ଷକ ମାନଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ