ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗର ମିଳିତ ଚଢ଼ାଉ ; ମେସିନ୍ ଲଗା ଟ୍ରାକ୍ଟର୍ ସମେତ ଦୁଇ ଗିରଫ 

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମୋରମ୍ ଚୋରା ଚାଲାଣ ହେଉଥିବା ଖବର ପାଇ ଗୋପନଗର ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ମେସିନ୍ ଲଗା ଟ୍ରାକ୍ଟର୍ ସମେତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବିଞ୍ଝଗିରୀ  ସଂରକ୍ଷିତ ଜଙ୍ଗଲ ଭାଗ ନଂ-୪ ମଧ୍ୟରେ କିଛି ବ୍ୟକ୍ତି ଗ୍ରାନାଇଟ୍ ବିସ୍ଫୋରଣ କରୁଥିବା ଖବର ପାଇ ଗାଙ୍ଗପୁର ବନପାଳ ଜି. ଭେଙ୍କଟ ରାଓ ଦୋରାଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ଼ ବିଜ୍ଞାନୀ କୁମାରୀ ବେହେରା, ଗୋପନଗର ବନ ସଂରକ୍ଷଣ ସମିତି ଅଧ୍ୟକ୍ଷ ରଙ୍କ ଗୌଡ଼ ଏବଂ କୋଷାଧ୍ୟକ୍ଷ ଭିକାରୀ ଗୌଡ଼ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ସୋନାଲିକା ଟ୍ରାକ୍ଟର୍ ଯାହାର ନଂ ଓଡି ୩୨-୫୨୩୩, କମ୍ପ୍ରେସର୍ ମେସିନ୍ ,କମ୍ପ୍ରେସର୍ ପାଇପ୍ ୩୦ ଫୁଟ,ବିଭିନ୍ନ ମାପର ଡ୍ରିଲିଙ୍ଗ୍ ଲୁହା ଛଡ଼ ୧୦ ଖଣ୍ଡ ଏବଂ ଟ୍ରାକ୍ଟର୍ ର କାଗଜପତ୍ର ନକଲ ଜବତ କରିଛନ୍ତି I ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପଇରାଶି ଗ୍ରାମର କମ୍ପ୍ରେସର୍ ଡ୍ରାଇଭର୍ ଡି. ଉଲ୍ଲାସ ରେଡ୍ଡୀ (୨୫) ଏବଂ କମ୍ପ୍ରେସର୍ ହେଲ୍ପର ଡି. ମୋହନ୍ ରେଡ୍ଡୀ (୩୪) I ବନପାଳ ଶ୍ରୀ ଦୋରାଙ୍କ ଠାରୁ ସୂଚନା ପାଇ ଘଟଣା ସ୍ଥଳରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଏବଂ ଏସ୍.ସି.ଏଫ୍ ସୁଦର୍ଶନ ବାଦୀ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଗିରଫ ଦୁଇ ଜଣଙ୍କ ବିରୋଧରେ ବନ ବିଭାଗ ତରଫରୁ ଓଆର୍ ଆଇ କେସ୍ ନଂ-୩୨୦/୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ୍ ଚାଲାଣ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ