ବରିଷ୍ଠ ନାଗରିକ ମଂଚର ବନ୍ଧୁ ମିଳନ

ପାଣିକୋଇଲି : ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପାଣିକୋଇଲି କଲ୍ୟାଣ ମଣ୍ଡପରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ନୃସିଂହ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମଂଚର ସାଧାରଣ ସଂପାଦକ ସୁରେନ୍ଦ୍ର କୁମାର ରାୟ ନିମନ୍ତ୍ରିତ ଅତିଥି ଓ ସଦସ୍ୟ ମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ବର୍ଷ ରେ ମଂଚ ପକ୍ଷରୁ ପରିବେଶ ସୁରକ୍ଷା,ଜଳସରଂକ୍ଷଣ,ନିଶା ନିବାରଣ,ମହିଳାଙ୍କୁ ସୁରକ୍ଷା ସହିତ ବରିଷ୍ଠ ନାଗରିକଙ୍କ ଅଧିକାର ଆଦି କ୍ଷେତ୍ରରେ କାମ କରିବା ପାଇଁ ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ମଂଚର ସର୍ବାଙ୍ଗିନ ଉନ୍ନତି ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ବରିଷ୍ଠ ନାଗରିକ ମାନଙ୍କର ଅଧିକାର ଓ କର୍ତବ୍ୟ ସଂପର୍କରେ ସୂଚନା ଦେଇଥିଲେ । ପରିଚୟ ପତ୍ର ପାଇବା ପାଇଁ ଯେଉଁ ବରିଷ୍ଠ ନାଗରିକ ମାନେ ଅଛନ୍ତି ସେମାନଙ୍କୁ ଖୁବ ଶିଘ୍ର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଂଚର ଉପଦେଷ୍ଟା ବ୍ରଜବନ୍ଧୁ ଲେଙ୍କା,ଉପସଭାପତି ସତ୍ୟାନନ୍ଦ ମହାରଣା,ଉତ୍ସବ ମହାରଣା,ବୈଷ୍ଣବ ସାହୁ,କୋଷାଧ୍ୟକ୍ଷ ଭଗବାନ ପଣ୍ଡା,ରାମଚନ୍ଦ୍ର ବେହେରା,ରତ୍ନାକର ପଲେଇ,ଶିକ୍ଷାବିତ ଚିନ୍ତାମଣି ବେହେରା,ତ୍ରୈଲୋକ୍ୟ ନାଥ ମହାପାତ୍ର,ନିତ୍ୟାନନ୍ଦ ଦାସ,ପ୍ରାଧ୍ୟାପକ ଦାମୋଦର ମହାପାତ୍ର,ନାରାୟଣ ସାହୁ,ରାମଚନ୍ଦ୍ର ମଲ୍ଲିକ,ଗୋକୁଳାନନ୍ଦ ମହାରଣା, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେରେ ଯୁଗ୍ମ ସଂପାଦକ ମଦନମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ