ବରିଷ୍ଠ ବିଜେଡି ନେତାଙ୍କ ବିୟୋଗରେ ଗଜପତି ବିଜେଡିର ଶୋକସଭା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟରେ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବରିଷ୍ଠ ନେତା ସ୍ୱର୍ଗତ ଚୌଧୁରୀଙ୍କ ଫୋଟ ଚିତ୍ରରେ ଷ୍ଫୁଷ୍ପମାଲ୍ୟ ଦିଆଯାଇ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସ୍ୱର୍ଗୀୟ ନେତାଙ୍କ ସ୍ମୃତିଚାରଣ କରାଯାଇ ସେ ଏକା ଧାରାରେ ଜଣେ ରାଜନେତା ସଂଗଠକ ଏବଂ ପରୋପକାରୀ ବ୍ୟକ୍ତି ଥିଲେ ବୋଲି କୁହାଯାଇଥିଲା । ତାଙ୍କ ବିୟୋଗରେ ରାଜ୍ୟ ବିଜେଡି ଦଳରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହେବା ସହ ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି କୁହାଯାଇଛି । ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଯୁବରାଣୀ କଲ୍ୟଣୀଦେବୀ,ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ସଂଜୁକ୍ତା ବେହେରା,ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ,ପାଣ୍ଟଲା ପ୍ରସାଦପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ