ରାଜ୍ୟରେ ଆଉ ୧୪୧ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଁଚିଛି । ଅପରପକ୍ଷରେ ୧୨୪୫ ଜଣ ସୁସ୍ଥ ହୋଇଥିବାବେଳେ ୯୯୧ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୭ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ୨ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମରେ ୨୭, ଯାଜପୁରରେ ୧୦, ଖୋର୍ଦ୍ଧାରେ ୨୬, ବାଲେଶ୍ୱରରେ ୨, କେନ୍ଦ୍ରାପଡ଼ାରେ ୧୩, କଟକରେ ୬, ପୁରୀରେ ୫, ବଲାଙ୍ଗୀରରେ ୭, ଜଗତସିଂହପୁରରେ ୪, ନୟାଗଡ଼ରେ ୧, ସୁନ୍ଦରଗଡ଼ରେ ୮, ନୂଆପଡ଼ାରେ ୧୯, ଗଜପତିରେ ୪, କେନ୍ଦୁଝରରେ ୪, ମୟୂରଭଞ୍ଜରେ ୧, ଅନୁଗୁଳରେ ୧, ଢେଙ୍କାନାଳରେ ୨ ଓ ସମ୍ବଲପୁରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ ଜଣ କ୍ୱାରେଂଟାଇନ ସେଂଟରରେ ଥିବାବେଳେ ସ୍ଥାନୀୟ ଅଂଚଳରେ ୩୧ ଜଣ ଚିହ୍ନଟ କରାଯାଇଛି ।


