କନ୍ଧମାଳରେ ଆଜି ପୁଣି ୧୬କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଶୁକ୍ରବାର କନ୍ଧମାଳରେ ପୁଣି ୧୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୭୮୮ରେ ପହଞ୍ଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୪୪୨ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି ।ଜିଲ୍ଲାରେ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।କୋଭିଡ଼ ହସ୍ପିଟାଲରେ ଆଉ ୩୪୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୬ ମଧ୍ୟରୁ ୯ଜଣ ପୁରୁଷ ହୋଇଥିବା ବେଳେ ୭ଜଣ ମହିଳା । ସେମାନଙ୍କ ମଧ୍ୟରୁ ଫୁଲବାଣୀର୨ଜଣ, କୋଟଗଡର ଜଣେ, ଦାରିଙ୍ଗବାଡିର ଜଣେ, କେ ନୂଆଗାଁ ର ଜଣେ, ତୁମୁଡିବନ୍ଧର ୭ଜଣ ଓ ବାଲିଗୁଡାର ୪ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ।ତେବେ ଜିଲ୍ଲାର କେତେକ ସଂକ୍ରମିତ ଅଞ୍ଚଳକୁ ବାଦ ଦେଲେ ସମଗ୍ର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି ।ସେଥିପାଇଁ ଜିଲ୍ଲାବାସୀଙ୍କୁ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ଘରୁ ବାହାରିବାକୁ କୁହାଯାଇଛି ।ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକବୋଲି ମଧ୍ୟ ସଚେତନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ