ବରୁଣସିଂ ପଞ୍ଚାୟତରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଅନୁଷ୍ଠିତ

ରେମୁଣା, (ସରୋଜ ପଣ୍ଡା):ଶନିବାର ଦିନ ବରୁଣସିଂ ପଞ୍ଚାୟତ ସଭାପତି ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ରେମୁଣା ବିଜେପି ପକ୍ଷରୁ ଲବଣତୀର୍ଥ ମଣ୍ଡଳରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି ,ଲବଣତୀର୍ଥ ମଣ୍ଡଳ ସଭାପତି ବିଭୂତି ରଞ୍ଜନ ସେନାପତି,ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ନିରଦ ମହାନ୍ତି,ମଣ୍ଡଳ ଉପସଭାପତି ସାବିତ୍ରୀ ବେହେରା, ପଞ୍ଚାୟତ ପ୍ରଭାରୀ ଦନାର୍ଦନ ଦାସ,ମଣ୍ଡଳ ସାଧାରଣ ସମ୍ପାଦକ କମଳାକାନ୍ତ ଦାସ,ତୁଣ୍ଡରା ପଞ୍ଚାୟତ ପ୍ରମୁଖ ଅନାଦି ନାୟକ,ମଣ୍ଡଳ ସମ୍ପାଦକ ଲମ୍ବୁଦର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ବାନ କ୍ରମେ ଦିଲ୍ଲୀରେ ହେବାକୁ ଯାଉଥିବା ସହିଦ ସ୍ମୃତି ଭବନ(ଅମୃତ ବାଟିକା) ପାଇଁ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଜରିଆରେ ସହିଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ମାଟି ସଂଗ୍ରହ କରାଯାଇଥିଲା। ସର୍ବପ୍ରଥମେ ବରୁଣସିଂ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା।ପରେ ବରୁଣସିଂ ପଞ୍ଚାୟତର ପ୍ରତ୍ୟେକ ଶିବ ମନ୍ଦିର ସମେତ ସମସ୍ତ ଗ୍ରାମବାସୀଙ୍କ ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ କମଳାକାନ୍ତ ଦାସ,ଭାଗିରଥି ଜେନା,ହରିହର ଦାସ,ଦେବେନ୍ଦ୍ର ଧିନ୍ଦା,ବିଜୟ କୁମାର ମହାନ୍ତି,କମଳା କାନ୍ତ ଦାସ,ସଦାଶିବ ପରିଡ଼ା,ଘନଶ୍ୟାମ ବିଶ୍ଵାଳ,ଗଙ୍ଗାଧର ପରିଡ଼ା,ଚନ୍ଦନ କୁମାର ବାରିକ,ମନୋରମା ବିଶ୍ଵାଳ, କାଦମ୍ୱିନି ବେହେରା,ବାସନ୍ତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ