ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ଦିଗପହଣ୍ଡି, (ୱାଇଏନ୍ଏସ୍): ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ ଦିଗପହଣ୍ଡି ସ୍ଥିତ ଦକ୍ଷିଣାଞ୍ଚଳ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ, ସିପିଆଇ(ଏମ୍) ଏବଂ କଂଗ୍ରେସ ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶାବଳୀ କୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀ ରେ ସ୍ଥାନୀୟ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. କାମା ସେଠୀ ଙ୍କୁ ଏନେଇ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଦଳୀୟ କର୍ମୀ ମାନେ ଦିଗପହଣ୍ଡି ବସଷ୍ଟାଣ୍ଡ ରୁ ଏକ ଶୋଭାଯାତ୍ରା ରେ ବାହାରି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସିପିଆଇ (ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ , ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା, ନଗର କଂଗ୍ରେସ କମିଟି ସଭାପତି ଦୀପକ କୁମାର ମିଶ୍ର, କଂଗ୍ରେସ କାର୍ଯ୍ୟ କର୍ତ୍ତା କେ. କୁନା, ଏମ୍.ବାଇ ନାଥ, ଶୁକୁରୁ ସେଠୀ, ଡମ୍ବୁରୁ ଧର ବେହେରା, କୈଳାସ ରଣା,ମହେନ୍ଦ୍ର ସାହୁ, ସିପିଆଇ ଏମ୍ କାର୍ଯ୍ୟ କର୍ତ୍ତା ଅଶ୍ଵିନୀ କୁମାର ଦାସ, ସୁଶାନ୍ତ କୁମାର ଷଡଙ୍ଗୀ, ପି. ଶିବଶଙ୍କର, ଭି. ସୁଦର୍ଶନ ରାଜୁ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


