ଓଲଟିଲା ଶ୍ରମିକ ବୋଝେଇ ଡାଲାଅଟୋ : ୧ ମୃତ , ୮ ଗୁରୁତର

 

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାରେ ଗତ କିଛିମାସ ପୂର୍ବେ ଦିଗପହଣ୍ଡି ପୋଲିସ ପକ୍ଷରୁ ଗୋଟିଏ ପଟେ ସଡ଼କ ସୁରକ୍ଷା ଜୀବନ ରକ୍ଷା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇ ଗାଡ଼ିକୁ ଧିରେ ଚଳାଇବା , ମଦ୍ୟପାନ ନକରି ଗାଡ଼ି ଚଳାଇବା ଆଦି ଦିଗରେ ସଚେତନ କରାଯାଇଥିଲେ ମଧ୍ୟ ଏହାକୁ ଚାଳକ ମାନେ ଅବମାନନା କରି ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି । ଯାହାଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବହୁ ପରିବାରର ସର୍ବସ୍ବାନ୍ତ ହୋଇଥାଏ । ଶୁକ୍ରବାର ଦିନ ମଧ୍ୟ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରର ଅଞ୍ଚଳ କଲୋନୀ ନିକଟସ୍ଥ କବିରାଜ ବନ୍ଧ ରାସ୍ତା ପାର୍ଶ୍ବରେ । ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ଏକ ଦ୍ରୁତଗାମୀ ଡାଲାଅଟୋ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଓଲଟି ପଡିବା ଫଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ବାଲି ସାହିର କୁରା ବେହେରା (୬୦) । ସେହିପରି ଆହତ ମାନଙ୍କ ମଧ୍ୟରେ ଉକ୍ତ ଗ୍ରାମର ସିମାଞ୍ଚଳ ସେଠୀ , କୈଳାସ ସେଠୀ , ସୁନୀଲ ବେହେରା , ପ୍ରଶାନ୍ତ ସେଠୀ , ମୁରଲୀ ବେହେରା , ବାବୁ ବେହେରା , ପ୍ରଶାନ୍ତ ଗୈାଡ ସମେତ ଅଟୋ ଡ୍ରାଇଭର ସୁଦାମ ବେହେରା ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଗ୍ରାମର ସମସ୍ତ ଲୋକ ଶୁକ୍ରବାର ଭୋର ସକାଳୁ କଙ୍କୋରଡା ଗ୍ରାମ ନିକଟସ୍ଥ ବଉଳଝୋଳି ଗ୍ରାମର ଏକ ଘରକାମ ଚାଲିଥିବା ବେଳେ ଏହାର ଛାତ ପକାଇବା ପାଇଁ ଅଟୋ ( ଓଡି ୦୭ ଏଜି ୨୬୭୮) ଯୋଗେ ଯାଇ ମଧ୍ୟାହ୍ନରେ କାମ ସରିବା ପରେ ସେହି ଅଟୋରେ ଫେରୁଥିବା ବେଳେ ଚାଳକର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଓଲଟି ପଡିଥିଲା ‌। ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଡାକ୍ତର କୁରାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ମାନଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିଲା । ଘଟଣାପରେ ଦିଗପହଣ୍ଡି ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ