ବର୍ଷାରେ ବେହାଲ ହାଟଡିହି, ଜନଜୀବନ ଅସ୍ତବ୍ୟସ୍ଥ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଲଗାତର ତିନିଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଦ୍ୱାରା ସମଗ୍ର ହାଟଡିହି ଅଞ୍ଚଳରେ ଜନଜୀବନ ଅସ୍ଥବ୍ୟସ୍ଥ ହୋଇ ପଡିଛି । କିନ୍ତୁ ଏହି ଲଗାଣ ବର୍ଷା ଦ୍ୱାରା ଚାଷୀମାନେ ଆସ୍ୱସ୍ଥି ଲାଭ କରିଛନ୍ତି । ଆଜି ସକାଳ୭ଟା ସୁଧା ୫୨.୨ ମିଲିମିଟର ବର୍ଷା ହୋଇଥିବାବେଳେ ସକାଳ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଅବିରତ ବର୍ଷା ଲାଗି ରହିବା ଛକ ବଜାର ସବୁ ବନ୍ଦ ରହିଥିବାବେଳେ ରାସ୍ତାରେ ଲୋକଙ୍କ ଯାତାୟତ ମଧ୍ୟ ବନ୍ଦ ହୋଇ ଯାଇଥିଲା । ଏପରିକି ସ୍କୁଲ କଲେଜ ମାନଙ୍କୁ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଆସିଥିବା ଦେଖିବାକୁ ମିଳିଥିଲା । ସେହିପରି ବ୍ଲକ, ତହସିଲ, ବ୍ୟାଙ୍କ, ସବଟ୍ରେଜେରୀ ଅଫିସ ଆଦି ଆଜି ଫାଙ୍କା ଫାଙ୍କା ଲାଗୁଥିଲା । ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଅଫିସ କାର୍ଯ୍ୟରେ ଯାଇପାରି ନଥିବାବେଳେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ନଗନ୍ୟ ଥିଲା । ସେହିପରି ଲଗାଣ ବର୍ଷା ଦ୍ୱାରା ତଳିଆ ଅଞ୍ଚଳର ଚାଷଜମି ସବୁ ବୁଡି ଯାଇଛି । ଛେନାପଦି, ଠୁଣିଗାଁ, ଢ଼େଙ୍କା ଆଦି ସ୍ଥାନ ମାନଙ୍କରେ ଜଳ ନିସ୍କାସନର ବ୍ୟବସ୍ଥା ନଥିବାରୁ ଏକର ଏକର ଚାଷଜମି ସବୁ ପନାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ବର୍ଷା ଅଭାବରୁ ଯେଉଁ ଉଚ୍ଚା ଜମି ଗୁଡିକରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିଲା ସେସବୁ ଅଞ୍ଚଳରେ ଆଜି ଚାଷୀମାନେ ହଳ କରୁଥିବା ଦେଖିବାକୁ ମିଳିଛି । ଏପରିକି ପଢ଼ିଆରିପଲ୍ଲୀ, ବାଙ୍ଗୋର, ବାଲିବରେଇ, ସୋସୋ, ହଦଗଡ, କେ ବାଲିପାଳ, ବଞ୍ଚୋ, ଅକରୁଆ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷୀମାନେ ଚାଷ କାମ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ