ଯୁକ୍ତ ୨ପରୀକ୍ଷାରେ ଛେନାପଦି ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଫଳ ପ୍ରକାଶ ପାଇଛି । ଚଳିତବର୍ଷ ୧୧୯ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଛାତ୍ରୀ ଦମୟନ୍ତୀ ମାଝୀ ୫୦୦ନମ୍ବର ରଖି ଟପର ହୋଇଥିବାବେଳେ ଯଶୋମତୀ ସୋରେନ ୪୯୦, ପଦ୍ମିନୀ ବେହେରା ୪୮୪, ସୃଷ୍ଟି ସୌରଭ ସାହୁ ୪୬୬ମାର୍କ ରଖୀ ଉତ୍ତିର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୪୭ଜଣ, ଦ୍ୱିତୀୟ ଶ୍ରେଣୀରେ ୧୮ଜଣ ଓ ତୃତୀୟ ଶ୍ରେଣୀରେ ୨୮ଜଣ ଛାତ୍ରୀ ଉତିର୍ଣ୍ଣ ହୋଇଥିବାବେଳେ ୭ଜଣ ଛାତ୍ରୀ ପରୀକ୍ଷା ଦେଇ ନଥିଲେ । ସ୍କୁଲର ଏପରି ସଫଳତାକୁ ନେଇ ଅଧ୍ୟକ୍ଷା ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।


