ବର୍ଷା ବିତ୍ପାତ ; ଜଳଘେରରେ ୬୦ହରିଜନ ପରିବାର, ଦୋକାନ ଘରେ ପଶିଲା ପାଣି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା);ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷକରି ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକ ଏବେ ଜଳବନ୍ଦୀରେ ରହିଥିବାବେଳେ କେତେକ ସ୍ଥାନରେ ମଧ୍ୟ ଲୋକଙ୍କ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ଭଣ୍ଡାରିପୋଖରୀ ବଜାର ଦେଇ ଯାଇଥିବା ଯ ନାଳ କୂଳ ଲଙ୍ଘିବା କାରଣରୁ ଥାନା ସାମ୍ନା ପଞ୍ଚାୟତ ମାର୍କେଟ କମ୍ଲେକ୍ସ ଗୃହରେ ପାଣି ପଶିଯାଇଥିବା ଜଣାପଡିଛି । ସଂପ୍ରତି ଜାତୀୟ ରାଜପଥ ପ୍ରଶସ୍ତକରଣ କାର୍ଯ୍ୟ ଚାଲିଥିବାବେଳେ ନିର୍ମାଣକାରୀ ସଂସ୍ଥା ବସ ଷ୍ଟାଣ୍ଡ ଠାରୁ ପାଳଦାବାଙ୍କ ଯାଏଁ ଯ ନାଳକୁ ଅର୍ଦ୍ଧାଧିକ ଅଂଶ ପୋତିଦେଇଛି । ଫଳରେ ଲଗାଣ ବର୍ଷା ହେବାରୁ ସୁଦୂର ମଞ୍ଜୁରୀରୋଡ, ହାଟଡିହୀ ଠାରୁ ଆସୁଥିବା ପାଣି ଯନାଳରେ ନିଷ୍କାସନ ହେବା କଷ୍ଟକର ହୋଇପଡୁଛି । ଯେଉଁଥି ପାଇଁ ଏହା କୂଳ ଲଙ୍ଘି ପାଶ୍ୱର୍ରେ ଥିବା ବ୍ୟବସାୟୀ ସ୍ଥଳ ଓ ରାସ୍ତାଘାଟକୁ ଜଳାର୍ଣ୍ଣବ କରୁଛି । ଏପରିକି କିଛି ଚାଷଜମି ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଉଛି । ସେହିଭଳି ସରସଦା ପଞ୍ଚାୟତ ପିରିପୁର ହରିଜନ ସାହିର ପ୍ରାୟ ୬୦ଗୋଟି ପରବାର ବର୍ଷା କାରଣରୁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ପାଶ୍ୱର୍ରେ ଥିବା ଏକ ସ୍କୁଲ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି । ଲୋକମାନେ ଦୈନନ୍ଦିନ କାର୍ଯ୍ୟ ପାଇଁ ମୁଖ୍ୟ ରାସ୍ତାକୁ ଆସିବା କଷ୍ଟକର ହୋଇପଡୁଥିବାବେଳେ ବର୍ଷା ଲାଗିରହିବା କାରଣରୁ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅବସ୍ଥାରେ ରହିଛନ୍ତି । ମୋଟାମୋଟି ଭାବେ ଲଘୁଚାପ ଜନିତ ବର୍ଷା ବିତ୍ପାତ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ