ଚାଷୀଙ୍କ ଧାନ କିଣିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର
ଛତ୍ରପୁର (ଦେବଦତ୍ତ ମହାରଣା) : ତୁରନ୍ତ ଧାନ କିଣିବା ଦାବୀନେଇ ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ସମବାୟ ସମିତି ଏବଂ ବିପୁଳିଙ୍ଗ ସମବାୟ ସମିତିର ଚାଷି ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଦିନରାତି ବିଲରେ ଚାଷ କରି ଧାନ ଅମଳ କରିଥିଲେ । କିନ୍ତୁ ସେମାନଙ୍କ ଧାନ ଏ ପର୍ଯ୍ୟନ୍ତ କିଣାଯାଇପାରିଲାନାହିଁ । ଅନ୍ୟପଟେ ସେମାନଙ୍କୁ ମିଳିଥିବା ଟୋକନ୍ ର ଅବଧି ମଧ୍ୟ ଶେଷ ହୋଇଗଲାଣି । ଏନେଇ ସେମାନେ ବାରମ୍ବାର ସମବାୟ ସମିତି ଓ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଆସନ୍ତା ୩ ଦିନ ମଧ୍ୟରେ ସେମାନଙ୍କ ଧାନ ନ କିଣାଗଲେ ସେମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉକ୍ତ ସ୍ମାରକପତ୍ର ରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବିଶ୍ୱନାଥ ବେହେରା, ସାଗର ନାହାକ, ଗଣେଷ ବେହେରା, ପ୍ରଦୀପ କୁମାର ସେଠୀ, ରାମ ଚରଣ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ,ସଞ୍ଜୟ ମଣ୍ଡଳ,ଅନ୍ତର୍ଯ୍ୟାମି ଖୁଣ୍ଟିଆ, ପଞ୍ଚୁ ବେହେରା, ଅରିକ୍ଷିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


