ବଳଦେବ ହାଇସ୍କୁଲର ପୁରାତନ ଛାତ୍ରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ବଳଦେବ ହାଇସ୍କୁଲର ୧୯୭୭ବ୍ୟାଚର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହର ଉପକଣ୍ଠ କପାଳେଶ୍ୱରସ୍ଥିତ ଶ୍ରୀହନୁମାନଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସୁଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦିବଂଗତ ଛାତ୍ର ବନ୍ଧୁ ଓ ଦିବଂଗତ ଶିକ୍ଷକମାନଙ୍କ ବିୟୋଗରେ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଅବସର ରେ ପୁରାତନ ଆଦର୍ଶ ଶିକ୍ଷକମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘବର୍ଷ ପରେ ଏକାଠି ହୋଇଥିବାରୁ ଛାତ୍ରମାନେ ବିଗତ ଦିନର ସେହି ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ । ପୁରାତନ ଛାତ୍ର ଅଭୟ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


