ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ବ୍ୟକ୍ତିଗତ ସମ୍ପକ ଅଭିଯାନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ବହଳଦା ବ୍ଳକ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ବ୍ଯକ୍ତିଗତ ସମ୍ପକ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାଯର୍ଯକ୍ରମ ମାଧ୍ୟମରେ ଯୁବ କେନ୍ଦ୍ର ସଦସ୍ୟ ଗାଁ କୁ ଗାଁ ଯାଇ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ଯୋଜନା ବ୍ୟାଙ୍କ ବୀମା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଅଟଲ ପେନସନ ଯୋଜନା, ଜୀବନ ଜ୍ୟୋତି ଯୋଜନା ଆଦି ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଟି ଗ୍ରାମ କୁ ଯାଇ ଲୋକ ମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବହଳଦା ବ୍ଳକ ନେହେରୁ ଯୁବ ଜାତୀୟ ସ୍ବେଚ୍ଛାସେବୀ ଭୀମସେନ ପାତ୍ର, ରାହୁଲ ପାତ୍ର ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


