ୟୁରୋ ସ୍କୁଲ ପକ୍ଷରୁ ମେମୋରି ଟ୍ରେନିଂ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :ଶିକ୍ଷାର ବିକାଶ ହେଲେ ମଣିଷ ସବୁ କିଛି କରିପାରିବ । ଆଜିର ଆଧୁନିକ ଯୁଗରେ ନୂତନ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ନିମନ୍ତେ ଇଚ୍ଛୁକ ମନ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ଜେଲ ରୋଡ୍ ରେ ଥିବା ୟୁରୋ ସ୍କୁଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ସୁବ୍ୟବସ୍ଥା କରାଯାଉଛି । ଶନିବାର ଆଉ ପାଦେ ଆଗକୁ ଆସି ୟୁରୋ ସ୍କୁଲ ପକ୍ଷରୁ ପାଠ ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ କିପରି ଶିକ୍ଷା ଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସହଜରେ କରିପାରିବେ ସେଥି ନିମନ୍ତେ ଏକ ଦୁଇ ଦିନିଆ ମେମୋରି ଟ୍ରେନିଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଓ ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଗିନିଜ ବୁକ ରେ ଭାଗ ନେଇ ଥିବା ପ୍ରତିଭାବାନ୍ ବ୍ୟକ୍ତିତ୍ୱ ତଥା ହାଇଦ୍ରବାଦର ସ୍କାର୍ଡନ ଲିଡର ଜୟସିମ†ା ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ସହର ବାସିନ୍ଦା ମାନଙ୍କୁ ସହଜରେ ମନ ରଖିବାର କୌଶଳ ସଂପର୍କରେ ବିଭିନ୍ନ ଜ୍ଞାନ ଦେବା ସହ ଛାତ୍ରଛାତ୍ରୀ ମାନେ କିପରି ଜଣେ ଜଣେ ସୁନାଗରିକ ହୋଇପାରିବେ ସେଥି ନିମନ୍ତେ ମଧ୍ୟ ସେ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଆସନ୍ତାକାଲି ମଧ୍ୟ ଅନୁଷ୍ଠିତ ହେବ । ସ୍କୁଲ ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯାଇଥିବାରୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ୟୁରୋ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ମହାପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


