ବାଇକ ଦୁର୍ଘଟଣାରେ ଗଞ୍ଜାମ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନଙ୍କ ଦେହାନ୍ତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳବାଡି ନିକଟ ପଙ୍କଜପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଗଞ୍ଜାମ ଶ୍ରୀ ଉପାଧି ପାଇଥିବା ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ମୃତ୍ୟୁ ଘଟିଛି । ବୁଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଜଷ୍ଟ ଫିଟ ଜିମର ମାଲିକ ଜ୍ୟୋତି ରଞ୍ଜନ ପ୍ରଧାନ ଏପ୍ରିଲ ୧୬ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ବାଇକରେ ନିଜ ଗ୍ରାମ ସୋରଡ଼ ଯାଉଥିବା ବେଳେ ପଙ୍କଜପଲ୍ଲୀ ଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ହୋଇଥିଲେ l ତାଙ୍କ ଛାତିରେ ପ୍ରବଳ ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲ ଅଣାଯାଇଥିଲା । ତେବେ ଡାକ୍ତର ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କୁ ମୃତ ଘୋଷଣା କରିଥିଲେ l ଗତ ୧ ତାରିଖରେ ଗଞ୍ଜାମ ଜିଲ୍ଲା ଆମେଚର୍ ବଡି ବିଲ୍ଡିଂ ଆସୋସିଏସନ୍ ପକ୍ଷରୁ ବ୍ରହ୍ମପୁର ହିଲ୍ ପାଟଣାସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ୪୬ ତମ ଜିଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଜ୍ୟୋତି ରଞ୍ଜନ ୭୫ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି “ଗଞ୍ଜାମ ଶ୍ରୀ” ଉପାଧିରେ ଗ୍ରହଣ ହୋଇଥିଲେ । ଜ୍ୟୋତିଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଲା l ଜ୍ୟୋତି ବଡ଼ ମେଳାପୀ ଓ ଶାନ୍ତ ସ୍ଵଭାବର ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସାରା ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ବୁଗୁଡା ମେଡିକାଲରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପହଞ୍ଚି ସ୍ବର୍ଗତ ଜ୍ୟୋତିଙ୍କୁ ଅନ୍ତିମ ସମ୍ନାନ ଜଣାଇଥିଲେ । ମେଡିକାଲରେ ବୁଗୁଡା ପୋଲିସ୍ ଓ ବୁଗୁଡା ତହସିଲଦାର ମଧ୍ୟ ପହଞ୍ଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ