ମା’ ଭଗବତୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ, (ଯୁଗାବ୍ଦ ନ୍ୟୁଜ) :-ଖାନନଗର ଗୁରୁ ସାହି ସ୍ଥିତ ଗ୍ରାମଦେବୀ ମା’ ଭଗବତୀଙ୍କସ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଉତ୍ସବରେ ମହିଳାଙ୍କ ଦ୍ୱାରା କଳସ ସଭା ଶୋଭାଯାତ୍ରା ଏବଂ ସଂକୀର୍ତ୍ତନ ଗ୍ରାମ ପରିକ୍ରମା କରାଯାଇଥିଲା । ମା’ଙ୍କ ପୀଠରେ ଚଣ୍ଡୀପାଠ କରାଯାଇଥିଲା । ସଂଧ୍ୟାରେ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ବାଂଶରୀ ଗୋପୀନାଥ ଜୀଉ ମଠ ର ଅଧିକାରୀ ରାଧାମୋହନ ସାହୁ , ମହନ୍ତ ଶଙ୍କର ରାଉତ ରାଜୁ ସାହୁ ସମେତ ଓଡ଼ିଶା ପ୍ରଦେଶ କଂଗ୍ରେସ ସମ୍ପାଦକ ସାନ୍ତ୍ୟୟନ୍ ମିଶ୍ର ପୂର୍ବତନ ରାଜ୍ୟ ଛାତ୍ର କଂଗେସ ସଭାପତି ଜିନେସ ଦାସ ୪୫ ନମ୍ବର ୱାର୍ଡ କର୍ପୋରେଟର ଗୋପାଳ ବେହେରା ଯୁବ ନେତା ଦେବାଶିଷ ସାହୁ ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ ଏବଂ ବିଶିଷ୍ଟ ସମାଜ ସେବୀ ବିଭୂତି ରାୟ ଏବଂ ଅଭିମନ୍ୟୁ ଦାସ ଯୋଗଦାନ କରିଥିଲେ ।


