ବାଇକ ଧକ୍କାରେ ବୃଦ୍ଧା ମୃତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ବାଇକ ଧକ୍କାରେ ବୃଦ୍ଧା ମୃତ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଛକ ନିକଟରେ ବୃଦ୍ଧା ଜଣକ ରାସ୍ତା ପାରି ହେବା ସମୟରେ ଏକ ବାଇକ ଧକ୍କା ଦେଇଥିଲା । ଫଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦଗୁଡା ଗ୍ରାମର ରାଇସି ବୀର(୬୧) ସେ ଚନ୍ଦ୍ରଗିରିରେ ରହୁଥିବା ନିଜ ସାନ ପୁଅ ଘରକୁ ବୁଲିବାକୁ ଆସିଥିଲେ । ସୋମବାର ସକାଳ ପ୍ରାୟ ୭ଟ୍ଟା ବେଳେ ଚନ୍ଦ୍ରଗିରିରୁ ବସରେ ଲୁହାଗୁଡି ଆସି ସେଠାରୁ ରାସ୍ତା ପାର ହୋଇ ଅପରପାର୍ଶ୍ସକୁ ଯିବା ସମୟରେ ବୃଦ୍ଧା ଜଣକୁ ଏକ କେଟିଏମ ବାଇକ ନଂ (ଓଡି୩୩ୟୂ୮୧୧୫) ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ପାଇବା ପହଂଚି ମୃତ ଦେହକୁ ଓ ବାଇକକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ଏଏସଆଇ ଅଭିମନ୍ୟୁ ପାଣିଗ୍ରାହୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ