ବାଙ୍ଗୋର ସରପଞ୍ଚଙ୍କ ଦ୍ୱାରା ହିତାଧିକାରୀଙ୍କୁ ରେସନ ସାମଗ୍ରୀ ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ) :-ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀଙ୍କ ଦ୍ୱାରା ରେସନକାର୍ଡ ବଣ୍ଟନ କରାଯାଇଛି । ପୁର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ରେସନ ସାମଗ୍ରୀ ବଣ୍ଟନ ହେଉଥିବାବେଳେ ବାଙ୍ଗୋର, କରଡାପାଳ ପ୍ରଭୃତି ଗ୍ରାମର ଲୋକମାନେ ପଞ୍ଚାୟତକୁ ଯାଇ ରେସନ ସାମଗ୍ରୀ ଆଣିବା କଷ୍ଟକର ହେଉଥିଲା । ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ଅଙ୍କିତା ପିଡିଏସ ସାମଗ୍ରୀ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି । ସେ ବାଙ୍ଗୋର ଖଟି ଠାରେ ନିଜେ ଉପସ୍ଥିତ ରହି କିପରି ସାଧାରଣ ଲୋକମାନେ ଚାଉଳ, ଗହମ ଓ କିରାସିନି ସୁବିଧାରେ ପାଇପାରିବେ ସେନେଇ ପଦକ୍ଷେପ ନେଇଛନ୍ତି । ବାଙ୍ଗୋର ପଞ୍ଚାୟତର ସମିତିସଭ୍ୟା ମନୋରମା ପଣ୍ଡା, ଜିଆରଏସ ଜୀନତ ଖାତୁନ, ସମାଜସେବୀ ସୁକାନ୍ତ ରାଉତ, ପିଅନ ଗଦାଧର ନାୟକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନରେ ସହଯୋଗ କରୁଛନ୍ତି । ସାଧାରଣ ଲୋକମାନେ ସହଜରେ ପିଡିଏସ ସାମଗ୍ରୀ ପାଇପାରୁ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।


