ବାଙ୍ଗୋର ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ) :-ବିଶିଷ୍ଟ କବି, ସାହିତ୍ୟିକ ତଥା ଦକ୍ଷ ସଂଗଠକ ବାଙ୍ଗୋର ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍କୁଲ ନିକଟକୁ ପାଛୋଟି ଅଣାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏହି ଉତ୍ସବରେ ମୁକ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ମୁଖ୍ୟବକ୍ତା ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା, ଏବିଇଓ ଚତୁର୍ଭୁଜ ପହି, ସାହିତ୍ୟିକ ଗଣେଶ ପ୍ରସାଦ ରଥଶର୍ମା, ଶିକ୍ଷାବିତ ତଥା ସାହିତ୍ୟିକ ଜଗନ୍ନାଥ ପାତ୍ର, ସିଆରସିସି ବସନ୍ତ କୁମାର ନାୟକ, ଏସଏମଟିସି ସଭାପତି ମହେଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଏକାଧାରରେ ଜଣେ କବି, ସାହିତ୍ୟିକ ତଥା ସୁସଂଗଠକ ଥିଲେ ବୋଲି ବୋଲି ମତବ୍ୟକ୍ତ କରିଥିଲେ । ୨୮ବର୍ଷ ଧରି ସେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ଜୀବନ ଅତିବାହିତ କରିଥିବାବେଳେ ସେ ଯେଉଁ ସ୍କୁଲକୁ ସେଠାରେ ଗୋଟିଏ ଗୋଟିଏ ଅନୁଷ୍ଠାନ ଗଢ଼ି ତାଙ୍କ ଦକ୍ଷତାର ପରିଚୟ ଦେଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ରଙ୍ଗାଧର ମହୁରୀ, ବିଷ୍ଣୁପ୍ରସାଦ ବୋଇତେଇ, ମନୋରମା ଦାସ, ଶଶିଭୂଷଣ ପୁହାଣ, ଜଗଦିଶ ଜେନା, ପ୍ରଭାତୀ ସାହୁ, ରାଜଶ୍ରୀ ସାହୁ, ବାଣୀଶ୍ରୀ ରାଉତ, ଚିନ୍ମୟ ଖମାରୀ, ଚନ୍ଦ୍ର ଶେଖର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବସନ୍ତ ପଢ଼ିଆରୀ, ବସନ୍ତ କୁମାର ସାହୁ, ରଘୁନାଥ ପରିଡା, ଫେତୁ ପଣ୍ଡା, ଅଶୋକ ପଢ଼ିଆରୀ, ମୁକ୍ତିକାନ୍ତ ଧଳ, ମହେଶ୍ୱର ସାହୁ, ନିରଞ୍ଜନ ପୃଷ୍ଟି, ଅଜିତ ପଢ଼ିଆରୀ ପ୍ରମୁଖ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ